ଭୁବନେଶ୍ୱର(ରାଜ୍ୟକାହାଣୀ) କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା । ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯାଇଛି । ରାଜଧାନୀ ଭୁବନେଶ୍ବର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡ଼ି ଯୋଗୁ ଟ୍ବିନ ସିଟିରେ ଦୃଶ୍ୟମାନ ଦୂରତା କମିଯାଇଛି । ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ପାଣିପାଗ ବିଭାଗ ଆକଳନ କରୁଛି, ଶନିବାର ଯାଏ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ । ରବିବାରଠାରୁ ୨ରୁ ୪ ଡିଗ୍ରୀ ବଢ଼ିବ । ଏହା ପ୍ରଭାବରେ ଶୀତ କମିବ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୧୧ ତାରିଖ ଯାଏ ଶୀତ ଜାରି ରହିବ। ୧୨ ତାରିଖରୁ ପଶ୍ଚିମା ବାୟୁର ପ୍ରଭାବ ରହିବ । ଏଥିପାଇଁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ଓ ଶୀତ କମିଯିବ । ୧୬ ତାରିଖରୁ ପୁଣି ଥଣ୍ଡାର ପ୍ରକୋପ ରହିବ । ଫେବ୍ରୁଆରୀ ମାସ ଦ୍ୱିତୀୟ ସପ୍ତାହ ଯାଏ ଥଣ୍ଡା ଜାରି ରହିବ । ତେବେ ମଝିରେ ପାରଦ କେବେ ଉପରମୁହାଁ ତ ଆଉ କେବେ ତଳମୁହାଁ ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ସେପଟେ ଆସନ୍ତା ୨ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ କୁହୁଡ଼ି ।