ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । 

ଭୁବନେଶ୍ୱର(ରାଜ୍ୟକାହାଣୀ)  ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ  ଓ  ଅନ୍ୟ ପିଆରଆଇ ମେମ୍ବରଙ୍କୁ ତୁରନ୍ତ ଛାଡ଼ ।  ଏନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  ଛତିଶଗଡ଼ର ମହାସମୁଦ ଜିଲ୍ଲାର ସରେଇପାଲି ଥାନାରେ କିର୍ମିରା ବ୍ଲକର ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ଅଟକ ରଖାଯାଇଛି । ସେମାନ ଅଟକ ଥିବା କାରଣରୁ ଅନାସ୍ଥା ଭୋଟ୍ ବାଧାପ୍ରାପ୍ତ ହୋଇଛି । କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଥିଲା ଅନାସ୍ଥା ଭୋଟିଂ ।ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ପୂର୍ବରୁ ଛାତିଶଗଡ଼ ସରେଇପାଲି ଥାନାରେ ଅଟକ ହେଲେ ପିଆରଆଇ ମେମ୍ବର l ଗୁରୁବାର ରାତି ୧୧ଟାରୁ ୧୨ ଜଣ ପିଆରଆଇ ମେମ୍ବର ଅଟକ ଥିବାବେଳେ ସେମାନଙ୍କ ଠାରୁ ସୂଚନା ପାଇ ଝାରସୁଗୁଡା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସ ପିଆରଆଇ ମେମ୍ବର ମାନଙ୍କୁ ଆଣିବା ପାଇଁ ଛତିଶଗଡ଼ ଯାଇଥିଲେ l ତେବେ ରାତି ୨ଟାରେ ବିଶାଳ ସେଠାକୁ ପହଞ୍ଚିବା ପରେ ପୋଲିସ ପିଆରଆଇ ମେମ୍ବରଙ୍କ ସହ ବିଶାଳ ଦାସଙ୍କୁ ମଧ୍ୟ ଅଟକ କରିଥିବା ଦୀପାଳି ଅଭିଯୋଗ କରିଛନ୍ତି l ତେବେ ସେମାନଙ୍କୁ ତୁରନ୍ତ ଛାଡିବା ସହ ଓଡ଼ିଶା ଆସିବା ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବିଷ୍ଣୁଦେଓ ସାଏଙ୍କୁ ପତ୍ର ଲେଖିଛନ୍ତି ନବୀନ ପଟ୍ଟନାୟକ ।

Leave A Reply

Your email address will not be published.

11 − four =