FAQ ମାନର ଧାନ ଆଣନ୍ତୁ, ବେଶୀ ଖରାପ ହୋଇଥିଲେ ନେଇ ହେବନି: ମନ୍ତ୍ରୀ

ଭୁବନେଶ୍ୱର(ରାଜ୍ୟକାହାଣୀ) ମଣ୍ଡିରେ ଧାନ ସଂଗ୍ରହ ଠିକ ଠାକ୍ ଚାଲିଛି ।  କିଛି ସ୍ଥାନରେ ଅସୁବିଧା ସାମନାକୁ ଆସିଛି । ଯେକୌଣସି ଧାନ ଆଣିଲେ ୩୧୦୦ ଟଙ୍କା ଦେବେ ବୋଲି ଚାଷୀଙ୍କୁ ବିଭ୍ରାନ୍ତି କରାଯାଉଛି ।  FAQ ମାନର ଧାନ ଆଣିବାକୁ ପଡିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ବର୍ଷାରେ ଧାନ ରଙ୍ଗ ପରିବର୍ତ୍ତନ ହେଲେ ବି ଆମେ ନେଇଯିବୁ । କିନ୍ତୁ ବେଶୀ ଖରାପ ହୋଇଥିଲେ ନେଇ ହେବନି । କ୍ଷତି ହୋଇଥିବା ଧାନର କ୍ଷତିପୂରଣ ଦିଆଯାଉଛି । ୧୨ ଘଣ୍ଟା ଭିତରେ ଚାଷୀଙ୍କ ପାଖକୁ ଟଙ୍କା ଯାଉଛି । ୨୩ ଲକ୍ଷ ମେଟ୍ରିକ ଟନ୍‌ ଧାନ ପାଇଁ ଟଙ୍କା ଦିଆ ସରିଲାଣି । ସେହିପରି ପଶ୍ଚିମବଙ୍ଗ ଓ ଓଡ଼ିଶା ଭିତରେ କିଛି ଟକରାଟକରି ନାହିଁ। ଆଳୁ ଯୋଗାଣ ନେଇ ସେମାନଙ୍କ ସହ ଫାଇଟ୍ କରିବାକୁ ଚାହୁଁନୁ । ପଶ୍ଚିମବଙ୍ଗ ସରକାର ତାଙ୍କ ପଲିସି ଅନୁସାରେ କାମ କରୁଛନ୍ତି। ଆମେ ଆମ ପଲିସୀ ତିଆରି କରିବୁ । ଆଳୁରେ ସ୍ୱୟଂ ସମ୍ପୂର୍ଣ୍ଣ ହେବ ଓଡ଼ିଶା । ଏହା କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।

Leave A Reply

Your email address will not be published.

17 − 5 =