ଭୁବନେଶ୍ୱର(ରାଜ୍ୟକାହାଣୀ) ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ବୌଦ୍ଧ ଜିଲ୍ଲା ସାତକୋଶିଆ ଗଣ୍ଡରେ କୁସଙ୍ଗ ରେଞ୍ଜ ପକ୍ଷରୁ ରେଞ୍ଜ ଅଧିକାରୀ ସଂସାର ବର୍ଗିଆଙ୍କ ନେତୃତ୍ୱରେ ଚଳିତ ବର୍ଷର କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ କୁମ୍ଭୀର ଗଣନା ସରିଥିବା ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି । ତିନି ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ଶେଷ ହୋଇଛ । ସମୁଦାୟ ୧୯ଟି କୁମ୍ଭୀର ଗଣନା ହୋଇଥିବା ସୂଚନା ମିଳିଛି । ୧୧ଟି ଘଡିଆଳ ଓ ୮ଟି ମଗର ପ୍ରଜାତିର କୁମ୍ଭୀର ଥିବା ସୂଚନା ମିଳିଛି । ୩ଟି ବଡ଼ ଘଡିଆଳ ଓ ୮ଟି ଛୁଆ ଘଡ଼ିଆଳ ରହିଛନ୍ତି । ୫ ଟି ବଡ ମଗର ଓ ୩ ଟି ଛୁଆ ମଗର ରହିଛନ୍ତି ।ଚଳିତ ବର୍ଷ ରେଞ୍ଜ ଅନ୍ତର୍ଗତ ମାରଡ଼ା ଠାରୁ ଶୀତଲପାଣି, ଶୀତଲପାଣି ଠାରୁ ହରଭଙ୍ଗା ଏବଂ ହରଭଙ୍ଗା ଠାରୁ ଅଏଡା ପର୍ଯ୍ୟନ୍ତ ତିନି ଭାଗରେ ତିନୋଟି ଟିମ୍କୁ ଭାଗ କରାଯାଇ ମାଛମରା ଡଙ୍ଗାରେ ନଦୀ ଭିତରେ ଉନ୍ନତ ମାନର କ୍ୟାମେରା, ବାଇନାକୁଲର ଯନ୍ତ୍ର ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଛି l ଏହି ତିନି ଗୋଟି ଟିମ୍ରେ ୩ ଜଣ ଫରେଷ୍ଟର, ୩ ଜଣ ଫରେଷ୍ଟଗାର୍ଡ ଓ ୬ ଜଣ ସ୍କ୍ୱାଡ୍ କର୍ମଚାରୀ ସାମିଲ ଥିଲେ ।