ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହରେ ସାମିଲ୍ ହେବେ । ଭୁବନେଶ୍ଵର ଜନତା ମୈଦାନରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଚାଲିଛି। ଆସନ୍ତାକାଲି ୧୮ତମ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହରେ ଯୋଗଦେବେ। ୧୧ଟା ବେଳକୁ ରାଜଭବନରୁ ସମ୍ମିଳନୀସ୍ଥଳ ଅଭିମୁଖେ ବାହାରିବେ। ସମାରୋହରେ ପ୍ରବାସୀଙ୍କ ଅବଦାନ ସମ୍ପର୍କରେ ଅଭିଭାଷଣ ରଖିବେ। ଏହାସହ ୧୭ଜଣ ପ୍ରବାସୀ ଭାରତୀୟଙ୍କୁ ପୁରସ୍କୃତ କରିବେ। ସେଠାରେ ପ୍ରାୟ ୫ଘଣ୍ଟା ବିତାଇବା ପରେ ପୁଣି ବିମାନବନ୍ଦର ଅଭିମୁଖେ ବାହାରିବେ। ରାଷ୍ଟ୍ରପତିଙ୍କ କାରକେଡ ଯିବା ପାଇଁ ଦିନ ୧୧ଟା ୨୦ ମିନିଟରୁ ୧୧ଟା ୫୦ ମିନିଟ ଯାଏଁ ରାଜଭବନରୁ ନାଲକୋ ଛକ ରାସ୍ତା ସଂପୂର୍ଣ୍ଣ ବନ୍ଦ କରାଯିବ।ପରେ ସେ ରାଜଭବନ ଯାଇ ସେଠାରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ସକାଳ ୧୧ଟାରେ ସମ୍ମିଳନୀ ସ୍ଥଳକୁ ବାହାରିବେ। ସେଠାରେ ପ୍ରାୟ ୫ ଘଣ୍ଟା ବିତାଇବା ପରେ ପୁଣି ବିମାନ ବନ୍ଦିର ଅଭିମୁଖେ ବାହାରିବେ।