ଭାଣିଜୀର ବିବାହ ଭୋଜିରେ ମାମୁଁ  ମିଶାଇ ଦେଲା ବିଷ

ମହାରାଷ୍ଟ୍ରର କୋଲହାପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ହଠାତ୍ ତାଙ୍କ ଭାଣଜୀଙ୍କ ବିବାହ ଭୋଜିରେ ଏଣ୍ଟ୍ରି କରିଥିଲେ। ଏଠାରେ ସେ ଅତିଥିମାନଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟରେ ବିଷ ମିଶାଇଥିଲେ। ପୁଲିସ କହିବା ଅନୁସାରେ ମାମୁ ମହେଶ ପାଟିଲ ଘରେ ହିଁ ତାଙ୍କ ଭାଣିଜୀଙ୍କର ଲାଳନପାଳନ ହୋଇଥିଲା। ହେଲେ ଭାଣିଜୀ ସେହି ଗ୍ରାମର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଘର ଲୋକ ରାଜି ନହେବାରୁ ସେ ପ୍ରେମିକଙ୍କ ସହ ଲୁଚି ଘର ଛାଡ଼ି ପଳାଇଲେ ଏବଂ ଉଭୟ ବିବାହ କରିଥିଲେ। ହେଲେ ଯୁବତୀଙ୍କ ମାମୁ ମହେଶ ପାଟିଲ୍ ଏଥିରେ ରାଗି ଯାଇଥିଲେ। ପ୍ରତିଶୋଧ ନେବାକୁ ଯାଇ ସେ ଭାଣିଜୀଙ୍କ ବିବାହ ରିସେପ୍ସନରେ ପଶି ଭୋଜିରେ ବିଷ ମିଶାଇ ଦେଇଥିଲେ।ବଡ କଥା ହେଉଛି ଆସିଥିବା ଅତିଥିମାନେ କେହି ଖାଦ୍ୟ ଖାଇ ନଥିଲେ । ମାମଲା ସାମ୍ନାକୁ ଆସିବା ପରେ, ଏହାର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଅନ୍ୟପଟେ ବିବାହ ରିସେପ୍ସନରେ ଉପସ୍ଥିତ କିଛି ଲୋକ ଅଭିଯୁକ୍ତକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେ ଖସି ପଳାଇବାରେ ସକ୍ଷମ ହୋଇଥିଲା। ବର୍ତ୍ତମାନ ଅଭିଯୁକ୍ତ ଫେରାର୍ ଅଛି। ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି। 

Leave A Reply

Your email address will not be published.

seventeen + 19 =