ମହାନଦୀ ପଠାରେ ହୋଇପାରିବନି ପିକ୍‌ନିକ୍‌

ଭୁବନେଶ୍ୱର(ରାଜ୍ୟକାହାଣୀ) ମହାନଦୀ ପଠାରେ ପିକ୍‌ନିକ୍‌ ଆୟୋଜନ ଉପରେ କଡ଼ା କଟକଣା ଲଗାଇଛି କଟକ ମହାନଗର ନିଗମ। ତେବେ ଏହି କଟକଣା ବୋଟିଂ କ୍ଲବଠାରୁ କଟକ-ଇନ୍‌-କଟକ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଲୋକେ ଭୋଜିଭାତ କରି ପ୍ଲାଷ୍ଟିକ୍‌, ପେପର, ଟିଣ, କାଚ ପରି ଅନେକ ଆବର୍ଜନା ଫିଙ୍ଗୁଛନ୍ତି। ଫଳରେ ମହାନଦୀ ପଠା ଦୂଷିତ ହେବା ସହ ପବନରେ ଏହି ଆବର୍ଜନା ଉଡ଼ି ପାଣିରେ ମିଶୁଛି। ପାଣି ମଧ୍ୟ ଦୂଷିତ ହେଉଛି। କେବେଳ ଭୋଜିଭାତକୁ ବାରଣ କରାଯାଇନାହିଁ। ନଦୀପଠାରେ ବିଭିନ୍ନ ଉତ୍ସବକୁ ମଧ୍ୟ ବାରଣ କରାଯାଇଛି।ଗୁରୁବାର ଏନେଇ ସିଏମସି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି । ବାସ୍ତବରେ ନଦୀ ପ୍ରଦୂଷଣ ନେଇ ଗୁରୁବାର ହାଇକୋର୍ଟରେ ଶୁଣାଣି ହୋଇଛି । କଟକ ସହର ସମସ୍ୟା ସମ୍ବଧୀୟ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଏ ପ୍ରସଙ୍ଗ ଉଠିଛି । ତେବେ ଅଦାଲତି ଛାଟ ବାଜିବା ଆଗରୁ ସିଏମସି ପ୍ରଶାସନ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Leave A Reply

Your email address will not be published.

1 × 2 =