ଆଜି ଶାମ୍ବ ଦଶମୀରେ ମାଗଣାରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଅନୁମତି । ପବିତ୍ର ଶାମ୍ବଦଶମୀ ଅବସରରେ ପର୍ଯ୍ୟଟକମାନଙ୍କ ପ୍ରବେଶ ଶୁଳ୍କ ଛାଡ କରାଯାଇଥିବା ଏଏସ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଓଡ଼ିଶାରେ ଚାଲିଛି ପ୍ରବାସୀ ଭାରତୀୟ ସମ୍ମେଳନ । ଏଥିପାଇଁ ଦେଶ ବିଦେଶରୁ ଅନେକ ସଂଖ୍ୟାରେ ପ୍ରବାସୀ ଓଡ଼ିଶାରେ ଆସି ପହଞ୍ଚିଛନ୍ତି । ଏହି କାରଣ ପାଇଁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ୨୦୦୦ ମସିହା ଠାରୁ ଏଏସଆଇ ପକ୍ଷରୁ ପ୍ରତିବର୍ଷ ଶାମ୍ବଦଶମୀ, ମାଘ ଶୁକ୍ଲ ସପ୍ତମୀ ଓ ବିଶ୍ବ ଐତିହ୍ୟ ଦିବସ ଅବସରରେ ପର୍ଯ୍ୟଟକମାନଙ୍କ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଉଛି। ଏହି ଅବସରରେ ଓଡିଶା ତଥା ଓଡ଼ିଶା ବାହାରର ପର୍ଯ୍ୟଟକ, ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ବିନା ପ୍ରବେଶ ଶ୍ଲୁକରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିପାରିବେ ।