ଭୁବନେଶ୍ୱର(ରାଜ୍ୟକାହାଣୀ) ଆସନ୍ତା ଜାନୁଆରୀ ୧୩ ତାରିଖରେ ଆୟୁଷ୍ମାନ ଯୋଜନା ପାଇଁ କେନ୍ଦ୍ର ସରକାର ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ଵାକ୍ଷରିତ ହେବ । ଦିଲ୍ଲୀରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି ନଡ୍ଡାଙ୍କ ଉପସ୍ଥିତିରେ ହେବ ଏମ ଓ ୟୁ ।ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ କ୍ୟାବିନେଟରେ ପାରିତ ହେବ। କ୍ୟାବିନେଟ ପାରିତ ଓ ଏମଓୟୁ ସ୍ୱାକ୍ଷର ପରେ ଏହା ଲାଗୁ କରାଯିବ। ଏହାପରେ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯିବ। ଯୋଜନା ଅନୁସାରେ ଫେବୃଆରୀରେ ଲାଗୁ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ଗୋଟିଏ କାର୍ଡରେ ଉପଲବ୍ଧ ହେବ ସ୍ୱାସ୍ଥ୍ୟସେବା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଯୋଜନା । ପୁରୁଣା କାର୍ଡକୁ ହଟାଇ ଖୁବଶୀଘ୍ର ଦିଆଯିବ ନୂଆ କାର୍ଡ । ପୁରୁଣା କାର୍ଡର ପରିବର୍ତନ ହେବ ଲୋଗୋ । ଏକ କୋଟି ପରିବାର ଏବଂ ସାଢେ ତିନି କୋଟି ଲୋକ ଏହାର ଲାଭ ପାଇବେ । ଏଥିରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ରହିବ । ମିଳିଥିବା ସୂଚନା ଅନୁସାରେ, ୬୭ ଲକ୍ଷ ପରିବାରକୁ ରାଜ୍ୟ ତାର ନିଜସ୍ୱ ପାଣ୍ଠିରୁ ଓ ୩୩ ଲକ୍ଷ ପରିବାରର ବୀମା ଟଙ୍କା କେନ୍ଦ୍ର ସରକାର ବହନ କରିବେ।