ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ଭୁବନେଶ୍ବର, କଟକ, ପୁରୀ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ୯ ତାରିଖ ପର୍ଯ୍ୟନ୍ତ ଘନକୁହୁଡି ନେଇ ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୯ ତାରିଖରେ ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ଗଞ୍ଜାମ ଏବଂ କଳାହାଣ୍ଡିରେ ହାଲୁକା କୁହୁଡି ନେଇ ସତର୍କତା ଜାରି କରାଯାଇଛି। ବିଶେଷ କରି ରାତି ୨ ଟାରୁ ସକାଳ ୧୦ ପର୍ଯ୍ୟନ୍ତ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ରାସ୍ତାରେ ନଜର ରଖିବାକୁ ପରିବହନ ବିଭାଗକୁ ସତର୍କ କରାଯାଇଛି ।ସେହିପରି ଆସନ୍ତା ୩ ଦିନ ମଧ୍ୟରେ ବୃଦ୍ଧି ପାଇବ ତାପମାତ୍ରା, କମିବ ଶୀତ। ଆସନ୍ତା ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।