ଭୁବନେଶ୍ୱର(ରାଜ୍ୟକାହାଣୀ) ଏଣିକି ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି । ରାଜ୍ୟ ସରକାରଙ୍କ ” ଓଡ଼ିଶା ଭର୍ଚୁଆଲ ଏକାଡେମୀ ” ପକ୍ଷରୁ ସଂଚାଳିତ ଏବଂ ବିଶେଷଜ୍ଞଙ୍କ ଦ୍ଵାରା ହୋଇଥିବା ନୂଆ ପ୍ରୟାସ ସଫଳ ହୋଇଛି। ଏବେ ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳୀ ଲିପି ବି ଲେଖିହେବ ।ଏହାଦ୍ୱାରା ଆଦିବାସୀ ଭାଇଭଉଣୀ ଅତି ସହଜରେ ନିଜ ଭାଷା ପ୍ରୟୋଗ କରି ଡିଜିଟାଲ ପ୍ଲାଟଫର୍ମରେ ନିଜର ଭାବନାକୁ ପରିପ୍ରକାଶ କରିପାରିବେ। ଏଥିଯୋଗୁ ସେମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଓଡ଼ିଶା ସରକାରଙ୍କ ତରଫରୁ ଆୟୋଜିତ ହେଉଥିବା ଆଦିବାସୀ ମେଳା – ୨୦୨୫ରେ ଏହାର କିଛି ଝଲକ ଦେଖିବାକୁ ମିଳିଛି। । ଡିଜିଟାଲ ପ୍ଲାଟଫର୍ମରେ ଏହି ଭାଷା ଉପଲବ୍ଧ ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଆଦିବାସୀ ସମ୍ପ୍ରଦାୟ ଲୋକେ । ଆଉ ରାଜ୍ୟ ସରକାରଙ୍କର ଏହି ସ୍ବାଗତଯୋଗ୍ୟ ପଦକ୍ଷେପ ଯୋଗୁଁ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । କାରଣ ଆଦିବାସୀମାନେ ନିଜ ଭାବନା ପରିପ୍ରକାଶ କରିବା ନିମନ୍ତେ ସାନ୍ତାଳୀ ଭାଷାର ବ୍ୟବହାର କରିଥାନ୍ତି ।