ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ରାଜ୍ୟକାହାଣୀ)  ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ହେବେ ସାମିଲ । ୪ଟି ଚିତାକର୍ଷକ ପ୍ରଦର୍ଶନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଆଗରୁ ପ୍ରଧାନମନ୍ତ୍ରୀ ସୋଶାଲ ମିଡ଼ିଆ ଏକ୍ସରେ ଏ ନେଇ ସୂଚନା ଦେଇଛନ୍ତି।ପ୍ରବାସୀଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଜନତା ମୈଦାନ। ରାଜଧାନୀରେ ଜମିଲାଣି ଭିଭିଆଇପିଙ୍କ ଭିଡ଼ । ପ୍ରାୟ ୭୦ରୁ ଅଧିକ ଦେଶରୁ ଭୁବନେଶ୍ୱରକୁ ଛୁଟି ଆସିଛନ୍ତି ମୂଳ ଭାରତୀୟ ନାଗରିକ।ଏଣେ ପ୍ରବାସୀଙ୍କ ପାଇଁ ଇ-ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁଥିରେ ୫ଟି ଡବଲ ଡେକର ବସ, ୧୦ଟି ହଫ୍ ଅନ୍ ହଫ ଅଫ୍ ବସ୍ ଓ ୨୫ଟି ଶ୍ରୀମନ୍ଦିର ପ୍ରଶାସନର ବସ୍ ଚାଲିବ। ସେପଟେ ୧୧ ତାରିଖ ଯାଏଁ ରାଜାରାଣୀ ମନ୍ଦିର ଠାରେ ରାଜାରାଣୀ ସଙ୍ଗୀତ ଉତ୍ସବ, ମୁକ୍ତେଶ୍ୱର ମନ୍ଦିରରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ-୨୦୨୫ ଏବଂ ରାଜ୍ୟ ସଂଗ୍ରହାଳୟ ଠାରେ ଲୋକ ନୃତ୍ୟ ଉତ୍ସବର ଆୟୋଜନ କରାଯାଇଛି। ଅନ୍ୟପଟେ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ଦେବ ପ୍ରବାସୀଙ୍କୁ ରାଜ୍ୟ ଏବଂ ଦେଶର ଜନଜାତି କଳା ସଂସ୍କୃତିର ଜ୍ଞାନ।ପ୍ରବାସୀ ମହାକୁମ୍ଭ ପାଇଁ ଅଭେଦ୍ୟ ସୁରକ୍ଷା ଦୁର୍ଗ ପାଲଟିଛି ଭୁବନେଶ୍ବର । ରାଜ୍ୟ ପୋଲିସ ଓ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସୁରକ୍ଷାରେ ୮୦ ପ୍ଲାଟନ ଫୋର୍ସ ସହ ସିଏପିଏଫ ଓ ଆଇଆରବି ବାଟାଲିୟନ ମୁତୟନ ହୋଇଛନ୍ତି । ୬୫୦ ଜଣ ବରିଷ୍ଠ ଅଫିସର ସୁରକ୍ଷା ଉପରେ ନଜର ରଖିବେ । ସିସିଟିଭି ସର୍ଭେଲାନ୍ସରେ ରହିବ ଭୁବନେଶ୍ବର । ଫୋକସରେ ରହିବ ଆତଙ୍କବାଦୀ ଆକ୍ରମଣ ମୁକାବିଲା । ଏଥିପାଇଁ ସ୍ପେସିଆଲ ଟାକ୍ଟିକାଲ ୟୁନିଟ୍ -STU କମାଣ୍ଡୋ ନିୟୋଜିତ ହୋଇଛନ୍ତି । କାର୍ଯ୍ୟକ୍ରମ ସ୍ଥଳ ଜନତା ମଇଦାନ ସହ ପ୍ରବାସୀ ଓ ଡେଲିଗେଟସ ରହିବାକୁ ଥିବା ହୋଟେଲରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.

11 − nine =