ବିକାଶିତ ଭାରତ ପାଇଁ ଯୁବବର୍ଗଙ୍କ ଭାଗିଦାରୀ ଜରୁରୀ: ମାଣ୍ଡଭିୟ

ଭୁବନେଶ୍ୱର(ରାଜ୍ୟକାହାଣୀ)  ବିକଶିତ ଭାରତ ଗଠନରେ ଯୁବକଙ୍କର ଭୂମିକା ରହିବା ଆବଶ୍ୟକ। ଆଜି ପ୍ରବାସୀ ଭାରତୀୟ ସମ୍ମେଳନରେ ଉଦବୋଧନ ଦେଇ ଏଭଳି କହିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ। ବର୍ତ୍ତମାନ ଦେଶରେ ୨୦ ନାଗରିକରୁ ୧୩ ଜଣ ଯୁବକ । କୋଭିଡ୍ ସମୟରେ ଯୁବ ବୈଜ୍ଞାନିକଙ୍କ ଅବଦାନକୁ ଭୁଲି ହେବନାହିଁ। ୧ ଲକ୍ଷ ଯୁବ ନେତୃତ୍ଵ ଗଠନ  ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ ରହିଛି। ବିକଶିତ ଭାରତ ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ସହ ଆବଶ୍ୟକ ଯୁବକଙ୍କୁ ସୁଯୋଗ ମିଳିବା ଆବଶ୍ୟକ | ୩୫ ମିଲିୟନ ପ୍ରବାସୀ ବିଦେଶରେ ରହୁଛନ୍ତି |  ଦେଶ ବିକାଶରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ଜରୁରୀ | “ଏହି ସମୟ ପ୍ରକୃତ ସମୟ”, ତେଣୁ ଦେଶ ବିକାଶରେ ସମସ୍ତେ ଯୋଗଦାନ କରନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ।

Leave A Reply

Your email address will not be published.

8 + twelve =