ଭୁବନେଶ୍ୱର(ରାଜ୍ୟକାହାଣୀ) ଆୟକର ପଞ୍ଝାରେ ହଂସିତାଙ୍କ ପ୍ରକୃତ ସ୍ବାମୀ । ଖଣ୍ଡଗିରି ନିକଟରୁ ହଂସିତାଙ୍କ ପ୍ରଥମ ସ୍ବାମୀଙ୍କୁ ଧରିଲା ଆୟକର ବିଭାଗ । ହଂସିତାଙ୍କ ପ୍ରଥମ ସ୍ବାମୀ ଶରୋଜ ସାହୁ । ହଂସିତା ଗିରଫ ଖବର ପରେ ଭୁବନେଶ୍ବରରେ ପହଞ୍ଚିଥିଲେ ଶରୋଜ । ହଂସିତାଙ୍କୁ ଜେଲରେ ମଧ୍ୟ ଭେଟିଥିଲେ ଶରୋଜ । ଶରୋଜ ଗଞ୍ଜାମର ଜଣେ ବ୍ୟବସାୟୀ ହୋଇଥିବା ସୂଚନ ରହିଛି । ହଂସିତାଙ୍କ ଠକେଇ କାରବାରର ମୁଖ୍ୟ ନାୟକ ଥିଲେ ଶରୋଜ ।ଏକଥା ଜାଣିବା ପରେ ହତବାକ ହୋଇଛି ଭୁବନେଶ୍ୱର କମିଶନରେଟ୍ ପୁଲିସ୍। ଆଉ ଜାଣିପାରୁନି କେଉଁ ଦିଗରୁ ତଦନ୍ତ ଆଗକୁ ବଢ଼ାଇବ। ଏବେ ହଂସିକା ଅଭିଲିପ୍ସାଙ୍କ ଅପରାଧ ଦୁନିଆର ତଦନ୍ତ କମିଶନରେଟ୍ ପୁଲିସ୍ କରୁଥିବା ବେଳେ ଅର୍ଥନୈତିକ କାରବାର ମାମଲାର ତଦନ୍ତ ଆୟକର ବିଭାଗ କରୁଛି।
କଳାହାଣ୍ଡି ନର୍ଲାର ବିଷ୍ଣୁପ୍ରିୟା ଚାନ୍ଦ। ମାଆଙ୍କ ମୃତ୍ୟୁ ପରେ ଭୁବନେଶ୍ୱରରେ ପାଠ ପଢ଼ିଥିଲେ! ଆଉ ବାହା ହୋଇଥିଲେ ବ୍ରହ୍ମପୁରର ପ୍ରତିଷ୍ଠିତ ମଦ ବ୍ୟବସାୟୀ ସରୋଜ ସାହୁଙ୍କୁ। ବିବାହ ପରେ ଉଭୟଙ୍କ ଔରସରୁ ଗୋଟିଏ ପୁଅ ହୋଇଥିଲା। ଉଚ୍ଚାଭିଳାଷୀ ବିଷ୍ଣୁପ୍ରିୟା କୋଟିପତି ହେବା ପାଇଁ ଦେଖିଥିଲେ ଅନେକ ସ୍ୱପ୍ନ। ଆଉ ଏଥିରେ ତାଙ୍କୁ ତାଙ୍କ ସ୍ୱାମୀ ସରୋଜ ସାହୁ ସହଯୋଗ କରିଥିବା ଅଭିଯୋଗ ହେଉଛି।ସୂଚନାଯୋଗ୍ୟ ଯେ, ପୂର୍ବତନ ଏମ୍ପି ତଥା ଏକ ବଡ଼ ଏନ୍ଜିଓ ସଂସ୍ଥା ମାଲିକ ମଧ୍ୟ ହଂସିକାଙ୍କ ଶିକାର ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଝିଅ ଓ ଜ୍ୱାଇଁ ଭାବି ଏନ୍ଜିଓ ସଂସ୍ଥା ମାଲିକ ହଂସିକା ଓ ଅନିଲଙ୍କୁ ଆତିଥ୍ୟ ଦେଇଥିଲେ । ଏନ୍ଜିଓ ସଂସ୍ଥାକୁ ୫୦ କୋଟି ଡୋନେସନ୍ କରାଇ ଦେବାକୁ କହିଥିଲେ ହଂସିକା । କିଛିଦିନ ପରେ ଡୋନେସନ୍ କରାଇ ଦେଇଥିଲେ । ସେଥିପାଇଁ ହଂସିକା ୨୦% କମିଶନ ମାଗିଥିଲେ । ହେଲେ ଏନ୍ଜିଓ ସଂସ୍ଥା ମାଲିକ ମନା କରିଥିଲେ । ହଂସିକା ତାଙ୍କୁ ଫଟୋ ଓ ଭିଡିଓ ଦେଖାଇ ବ୍ଲାକ୍ମେଲିଂ କରିଥିଲେ । ଉପାୟ ନପାଇ ଏନ୍ଜିଓ ସଂସ୍ଥା ମାଲିକଙ୍କ କର୍ମଚାରୀ ଏତଲା ଦେଇଥିଲେ । ଏହାପରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଥିଲା ।