ଆଜି ଶୁଳିଆ ଯାତ୍ରା, ରକ୍ତରଞ୍ଜିତ ହେଲା ପୀଠ

ଭୁବନେଶ୍ୱର(ରାଜ୍ୟକାହାଣୀ)  ବଲାଙ୍ଗିରର ପ୍ରସିଦ୍ଧ ଶୁଳିଆ ଯାତ୍ରା। ପୁଣି ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ । ବଲାଙ୍ଗିର ଦେଓଗାଁ ବ୍ଲକ ଖଇରଗୁଡା ଗାଁ ର ବଡ଼ଖଳା ଓ ସାନ ଖଳାରେ ହଜାର ହଜାର ପଶୁପକ୍ଷୀ ବଳି ପଡିଛି।ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ପାଳନ ହୁଏ ଶୁଳିଆ ଯାତ୍ରା। ଏହା କନ୍ଧ ଆଦିବାସୀ ମାନଙ୍କ ଆଦି ପରମ୍ପରା ଓ ପୂଜା। ଏଥିରେ ପ୍ରକୃତିକୁ ପୂଜା କରାଯାଇଥାଏ ।  ଗତ କିଛି ବର୍ଷ ହେବ ବଳି ପ୍ରଥାକୁ ନେଇ ବିବାଦ ଲାଗି ରହିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆଉ ଆଦିବାସୀଙ୍କ ପରମ୍ପରାରେ କେହି ହସ୍ତକ୍ଷେପ କରୁନାହାନ୍ତି । ଫଳରେ ବଳି ରୋକିବାକୁ ଆଉ କିଛି ପଦକ୍ଷେପ କିମ୍ବା କଟକଣା ନାହିଁ । କେବଳ ଶାନ୍ତି ଶୃଙ୍ଖଳା ପାଇଁ ଜଣେ ଅତିରିକ୍ତ SP, ଚାରିଜଣ DSP, ଇନିସ୍ପେକ୍ଟର, ASI, ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଓ ହୋମଗାର୍ଡ ମୁତୟନ ହୋଇଛନ୍ତି । ଗତରାତିରେ ନିଶି ପୂଜା ସରିଥିବା ବେଳେ ଆଜି ଶୂଲିଆ ଯାତ୍ରା ପାଳନ ହେଉଛି  ।

Leave A Reply

Your email address will not be published.

4 × 1 =