ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ୱର(ରାଜ୍ୟକାହାଣୀ) ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ। ୧୨ ତାରିଖ ପର୍ଯ୍ୟନ୍ତ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ। ଏନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।ଆସନ୍ତା ୮ରୁ ୧୦ ତାରିଖ ଯାଏଁ ରାଜଧାନୀରେ ପ୍ରବାସୀ ମହାକୁମ୍ଭ ପାଇଁ ମହା ଆୟୋଜନ । ଭୁବନେଶ୍ବର ଜନତା ମଇଦାନରେ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଏଥିପାଇଁ ଓଡ଼ିଶାରେ ପହଞ୍ଚିବାକୁ ଲାଗିଲେଣି ପ୍ରବାସୀ ଭାରତୀୟମାନେ । ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ସାଧାରଣ ଦିନରେ ସାଢ଼େ ୫ଟା ଯାଏ ରାଜ୍ୟ ସଂଗ୍ରହାଳୟ ଖୋଲା ରହେ। କିନ୍ତୁ ପ୍ରବାସୀ ଭାରତୀୟ ଦିବସ ରହିଥିବାରୁ ରାତିରେ ମଧ୍ୟ ମ୍ୟୁଜିୟମ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.

seventeen + eleven =