ଭୁବନେଶ୍ୱର(ରାଜ୍ୟକାହାଣୀ) ଅଦିନିଆ ବର୍ଷା କ୍ଷୟକ୍ଷତି। ପାଞ୍ଚ ଦିନ ମଧ୍ୟରେ ଚାଷୀଙ୍କ ପାଖରେ ପହଞ୍ଚିବ ଆର୍ଥିକ ସହାୟତା। ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି।ଜଳସେଚିତ ଜମିକୁ ହେକ୍ଟର ପିଛା ୧୫ ହଜାର କ୍ଷତିପୂରଣ ଦିଆଯିବା ନେଇ ମନ୍ତ୍ରୀ କହିଛନ୍ତି । ତେବେ ଚାଷୀଙ୍କୁ ପ୍ରଦାନ କରାଯିବ ୨୯୨ କୋଟିର କ୍ଷତିପୂରଣ ରାଶି। ଏହି ଅର୍ଥ ଅନଲାଇନରେ ଜିଲ୍ଳାପାଳମାନଙ୍କୁ ଦିଆ ସରିଲାଣି । ଦୁଇ ଦିନ ହେଲା ସହାୟତା ରାଣି ଚାଷୀଙ୍କୁ ବଣ୍ଟନ ଆରମ୍ଭ ହେଲାଣି। ପାଞ୍ଚ ଦିନ ଭିତରେ ରାଜସ୍ୱ ବିଭାଗର ଅର୍ଥ ରାଶି କ୍ଷତିପୂରଣ ଭାବେ ପହଞ୍ଚିଯିବ। ୧୪ ଜିଲ୍ଲାରେ କ୍ଷତି ହୋଇଥିବା ବେଳେ ୨ ଜିଲ୍ଲାରେ ଆଶିଂକ କ୍ଷତି ମଧ୍ୟ ହୋଇଛି ।ପୁରୀରେ ସର୍ବାଧିକ କ୍ଷତି ହୋଇଥିବା ବେଳେ ତା ପଛକୁ ଗଂଜାମ ଜିଲ୍ଲା ରହିଛି । ଧାନ, ପରିବା, ଚିନାବାଦାମ, କପା ବି ନଷ୍ଟ ହୋଇଛି । ପ୍ରାୟ ୬ ଲକ୍ଷ ୬୬ ହଜାର ୭୨୦ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ସେହିପରି୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଚାଷ ନଷ୍ଟ ହୋଇଛି । କ୍ଷତି ସହିଛନ୍ତି ପାଖାପାଖି ୬ ଲକ୍ଷ ୬୬ ହାଜର ୭୨୦ଚାଷୀ। ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି।