ବାଘକୁ ନେଇ ତାତିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ବାଘ ଆଳୁ ନୁହଁ ଯେ ମମତା ସରକାର ରଖିଦେବେ । ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କ ଏହି ଅଭିଯୋଗ ପରେ ରାଗିଲେ ମମତା । ବାଘ ଉଦ୍ଧାର ନେଇ ଓଡିଶା ସରକାର ଓ ବନ ବିଭାଗକୁ  କଲେ ଟାର୍ଗେଟ ।ମମତା କହିଥିଲେ, ଗୋଟିଏ ବାଘ ୫ଟା ଜଙ୍ଗଲ ବୁଲିଲା, ୫ଟା ଜିଲ୍ଲା ବୁଲିଲା । ୫ ଦିନ ଲୋକ ଆତଙ୍କିତ ରହିଲେ, ସ୍କ୍ଲୁଲ ବନ୍ଦ ରହିଲା I ଯେମିତି ଦିନରାତି ପରିଶ୍ରମ କରି ଆମ ବନ ବିଭାଗ ଉଦ୍ଧାର କଲା । ସଙ୍ଗେ ସଙ୍ଗେ ଫୋନ୍ ଆସିବା ଆରମ୍ଭ ହୋଇଗଲା । ସଙ୍ଗେ ସଙ୍ଗେ କହିଲେ ଫେରେଇଦିଅ I ଆଉ ଦେଇଦେଲୁ I ତମର ବାଘ ଆସିଛି, ତମ ଜଙ୍ଗଲ ବିଭାଗ ଦେଖିବା କଥା I ତମ ଜଙ୍ଗଲରେ ତମେ ତାକୁ ସୁରକ୍ଷିତ ରଖିବ I ତମର ବାଘ ଆସିକି ଏଠି ଆମ ଗାଁରେ ବୁଲୁଛି I ମୁଁ ସିଏସ୍‌ଙ୍କ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ କହିବାକୁ ଚାହୁଁଛି ଓଡ଼ିଶା ତାକୁ ଉଦ୍ଧାର କରି ନେଇଯାଉ I ତମ ଜଙ୍ଗଲରେ ଜାଗା ନାହିଁ ଯଦି ବାଘକୁ ଆମକୁ ଦେଇଦିଅ । ରାଗିକି ଖୋଲା ମଞ୍ଚରେ  ଏପରି ମମତା  ଆହ୍ୱାନ ଦେଇଛନ୍ତି ।ଆମ ପାଖରେ ଜଙ୍ଗଲ ଅଛି, ଆମ  ପାଖରେ  ଟାଇଗର ରେସ୍କ୍ୟୁ ସେଣ୍ଟର  ଅଛି ତେଣୁ ଆମକୁ କିଛି ସମସ୍ୟା ହେବ ନାହିଁ ବାଘ ରଖିବାରେ ।  ଓଡିଶା ସରକାରଙ୍କୁ ଅନୁରୋଧ କରୁଛି ନିଜ ଟିମ୍‌ ପଠାଇ ବାଘ ନେଇଯାଅ ।  ଏପରି ରାଗ ଗର ଗର ହୋଇ କହିଛନ୍ତି  ଦିଦି ।ସେପଟେ, ମମତାଙ୍କ ଏଭଳି ବୟାନ ପରେ ଜଙ୍ଗଲ ମନ୍ତ୍ରୀଙ୍କ କଡ଼ା କାଉଣ୍ଟର । ଓଡ଼ିଶାରୁ ଆଉ କିଛି ବାଘ ପଶ୍ଚିମବଙ୍ଗ ଯାଇନି । ଯେମିତି ସମ୍ମାନ ଦେବେ ସେମିତି ସମ୍ମାନ ପାଇବେ । ଆକ୍ଟ ସବୁ ରାଜ୍ୟ ପାଇଁ, ସମସ୍ତେ ମାନିବା କଥା । ଆମର ଡବଲ ଇଞ୍ଜିନ ସରକାର । ମୋଦିଜୀଙ୍କ ସରକାର ଅଛି ବୋଲି ତାଙ୍କର ଟିକେ ଆକ୍ରୋଶ ଅଛି । ଆମ ପାଖରେ ପର୍ଯ୍ୟାପ୍ତ ଜଙ୍ଗଲ ଅଛି । ଜଙ୍ଗଲ ଯେଉଁଠି ଅଛି ଜନ୍ତୁ ଯିବେ । ବାଘ ରଖିବା ପାଇଁ ଆମ ପାଖରେ ଜାଗା ନ ଥିଲେ ଶିମିଳିପାଳ ଭଳି ଅଭୟାରଣ୍ୟ କେମିତି ଅଛି ।

Leave A Reply

Your email address will not be published.

eighteen − 1 =