ରାଜଧାନୀର ସମସ୍ତ ଘର ମାଲିକଙ୍କୁ ଗୃହ ସମ୍ମୁଖରେ ସାଜସଜ୍ଜା କରିବା ପାଇଁ ମନ୍ତ୍ରୀଙ୍କ ନିନେଦନ 

ଭୁବନେଶ୍ୱର(ରାଜ୍ୟକାହାଣୀ) ପ୍ରବାସୀ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର । ସବୁ ବିଭାଗର ମନ୍ତ୍ରୀ ଓ ଅଫିସର ମାନେ ପ୍ରସ୍ତୁତି ନେଇ ଲଗାତାର ସମୀକ୍ଷା କରୁଛନ୍ତି ।ପ୍ରବାସୀଙ୍କ ରହିବା ପାଇଁ ହୋଟେଲ, ରେସ୍ତୋରାଁରେ ହୋଇଛି ବ୍ୟବସ୍ଥା। କିଛି ପ୍ରବାସୀ ଅତିଥି ହୋଇ   ରହିବେ ହୋମ୍ ଷ୍ଟେ ବ୍ୟବସ୍ଥାରେ। ଅର୍ଥାତ୍ ରାଜଧାନୀର କିଛି ଲୋକ ପ୍ରବାସୀମାନଙ୍କୁ ସେମାନଙ୍କ ଘରେ ଅତିଥି ଭାବେ ରଖିବେ । ଓଡ଼ିଆ ଘରେ ଓଡ଼ିଆ ଖାଦ୍ୟ ପାନୀୟରେ ଆପ୍ୟାୟିତ ହେବେ ପ୍ରବାସୀ ଭାରତୀୟ । ପଟିଆରେ ଜଣେ ଦମ୍ପତ୍ତି ନିଜ ଘରେ ପ୍ରବାସୀଙ୍କୁ ରଖିବା ପାଇଁ ଘର ସଜାଇ ଅପେକ୍ଷା କରି ରହିଛନ୍ତି ।ସେହିପରି ରାଜଧାନୀର ସମସ୍ତ ଘର ମାଲିକ ମାନଙ୍କୁ ମନ୍ତ୍ରୀ ନିନେଦନ କରିଛନ୍ତି ଗୃହ ସମ୍ମୁଖରେ ସାଜସଜ୍ଜା କରିବା ପାଇଁ । ଗୃହ ସମ୍ମୁଖରେ ପରିଷ୍କାର ରଖିବା ସହିତ ଝୋଟି ଚିତା ପକାଇ ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ କହିଛନ୍ତି । ଏଥି ସହିତ ବଡ଼ ବଡ଼ ମଲ୍, ପେଟ୍ରୋଲ ପମ୍ପ ଆଦି ମାଲିକ ମାନେ ମଧ୍ୟ ଆଲୋକ ମାଳାରେ ନିଜ ପ୍ରତିଷ୍ଠାନ ଆଲୋକିତ କରି ସଜେଇବାକୁ ମନ୍ତ୍ରୀ ନିବେଦନ କରିଛନ୍ତି ।ଆସନ୍ତା ୮ ତାରିଖରୁ ଭୁବନେଶ୍ବରରେ ଆରମ୍ଭ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ। ୮, ୯ ଓ ୧୦ ତାରିଖ ତିନି ଦିନ ଧରି ଜନତା ମଇଦାନରେ ହେବ ଭବ୍ୟ ଆୟୋଜନ। ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବାକୁ ୪ ହଜାରରୁ ଅଧିକ ପ୍ରବାସୀ ପଞ୍ଜିକରଣ କରିଛନ୍ତି। ୭୦ ଦେଶରୁ ୬ ହଜାରରୁ ଅଧିକ ପ୍ରବାସୀ ଯୋଗ ଦେବାକୁ ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.

14 + one =