ଭୁବନେଶ୍ୱର(ରାଜ୍ୟକାହାଣୀ) HMPV ଭାଇରସକୁ ନେଇ ଆଲର୍ଟରେ ରାଜ୍ୟ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଚାଲିଛି ବୈଠକ । ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ସାମିଲ ଅଛନ୍ତି। HMPV କୁ ନେଇ ସତର୍କ ରହିବାକୁ ପରାମର୍ଶ । ଭୟଭୀତ ନ ହେବା ପାଇଁ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ । HMPV ଓ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ନେଇ ହେଉଛି ଆଲୋଚନା । ଏହି ଭାଇରସକୁ ୨୦୦୧ ମସିହାରୁ ଚିହ୍ନଟ କରାଯାଇଥିଲା । ଏହା ସିଜିନାଲ ଭାଇରସ୍ , ଭୟ କରନ୍ତୁ ନାହିଁ। ବାହାରୁ ଆସିଥିବା ରୋଗୀଙ୍କ ଦେହରେ ଏହା ଦେଖାଯାଇନାହିଁ। ଯେଉଁଠି ଭାଇରସ ଦେଖାଯାଇଛି ସେଠି ଗାଇଡଲାଇନ ଜାରି ହୋଇଛି। ଆମ ରାଜ୍ୟରେ ଭାଇରସ୍ ଦେଖାଯାଇନାହିଁ । ଭୁବନେଶ୍ବର ଏମ୍ସରେ ଏହାର ଟେଷ୍ଟ କରାଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।କୋଭିଡ-୧୯ ଭଳି ଲକ୍ଷଣ ଏଚ୍ଏମ୍ପିଭିରେ ବି ଦେଖା ଦେଉଛି। ତେବେ ସମଦାୟ ୭ ଟି ମାମଲା ସାମ୍ନାକୁ ଆସିଲାଣି । ହ୍ୟୁମାନ ମେଟାନ୍ୟୁମୋଭାଇରସ ସଂକ୍ରମିତଙ୍କ ଲକ୍ଷଣ ହେଉଛି ଥଣ୍ଡା-କାଶ, ଜ୍ବର ଏବଂ ଗଳା ଖସଖସ୍ ହେବା । ଗୁରୁତର ଲକ୍ଷଣ ମଧ୍ୟରେ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା, ବ୍ରୋଙ୍କାଇଟିସ୍ ଏବଂ ନିମୋନିଆ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ HMPV ପାଇଁ କୌଣସି ଭ୍ୟାକ୍ସିନ କିମ୍ବା ଆଣ୍ଟି-ଭାଇରାଲ ଟ୍ରିଟମେଣ୍ଟ ବାହାରି ନାହିଁ ।