୫ଦିନ ପରେ ସିଂହ ଓ ବାଘ ଅଭୟାରଣ୍ୟରୁ ଜୀବନ୍ତ ଫେରିଲା ୭  ବର୍ଷୀୟ ଶିଶୁ

 ଉତ୍ତର ଜିମ୍ବାଓ୍ବେର ମେଶୋନାଲେଣ୍ଡ ପଶ୍ଚିମ ପ୍ରଦେଶର ‘କରିବା ଗ୍ରାମୀଣ’ ଜିଲାଲ ୭ ବର୍ଷୀୟ ବାଳକ ଟିନୋଟେଡା ପୁଡୁଙ୍କ କାହାଣୀ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ବାସ୍ତବରେ ଜିମ୍ବାୱେରେ ଏକ ଶିଶୁ ବାଟବଣା ହୋଇ ବାଘ, ସିଂହ, ହାତୀ ରହୁଥିବା ବିପଦପୂର୍ଣ୍ଣ ଘଞ୍ଚ ଜଙ୍ଗଲରେ ପହଞ୍ଚିଯାଇଥିଲେ । ଏହି ଜଙ୍ଗଲରେ ଛୋଟ ଶିଶୁଟି ନିଜର ବୁଦ୍ଧିମତା ଯୋଗୁଁ ସେ ବଞ୍ଚିଯାଇଛନ୍ତି , ଯାହା ଏକ ଚମତ୍କାରଠାରୁ କମ୍ ନୁହେଁ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପିଲାଟି ମାତ୍ର ଆଠ ବର୍ଷର ।ସେହି ଶିଶୁର ନାଁ ଟିନୋଟେଣ୍ଡା ପୁଣ୍ଡୁ । ସେ ଉତ୍ତର ଜିମ୍ବାୱେର ଏକ ଗାଁରେ ରୁହନ୍ତି । ଦିନେ ସେ ଖେଳୁ ଖେଳୁ ନିଜର ଗାଁ ଠାରୁ ଦୂରରେ ଥିବା ଏକ ଘଞ୍ଚ ଜଙ୍ଗଲରେ ପହଞ୍ଚିଯାଇଥିଲେ ।  ତେବେ ନିଖୋଜ ହେବାର ୫ ଦିନ ପରେ ଶନିବାର ମାତୁସାଦୋନା ଜାତୀୟ ପାର୍କର ରେଞ୍ଜରମାନେ ପୁଡୁଙ୍କୁ ଜୀବିତ ଉଦ୍ଧାର କରିଥିଲେ। ଉଦ୍ଧାର ହେବା ପରେ ପୁଡୁ କହିଛନ୍ତି, ତାଙ୍କ ଘର ମରୁଡ଼ି ପ୍ରଭାବିତ ଅଞ୍ଚଳରେ ହୋଇଥିବାରୁ ମାଟି ଖୋଳି ପାଣି କିପରି ପିଆଯାଏ, ଏହା ସେ ଜାଣିଥିଲେ। ଏପରିକି ଏଥିପାଇଁ କେଉଁ ଭୂମି ଉପଯୁକ୍ତ ତାହା ମଧ୍ୟ ତାଙ୍କୁ ଶିକ୍ଷା ଦିଆଯାଇଥିବା ପୁଡୁ କହିଛନ୍ତି। ସେ ଜଙ୍ଗଲ ମଧ୍ୟରେ ବାଡ଼ି ସାହାଯ୍ୟରେ ମାଟି ଖୋଳି ବାହାରୁଥିବା ପାଣିକୁ ପିଇ ବଞ୍ଚି ରହୁଥିଲେ। ପୁଡ଼ୁ ଆହୁରି କହିଛନ୍ତି, ସେ ଜଙ୍ଗଲ ମଧ୍ୟରେ ବିଭିନ୍ନ ଫଳ ଖାଉଥିଲେ। ସେହିପରି ସେ ଉଚ୍ଚ ପଥର ମଧ୍ୟରେ ଲୁଚି କରି ଶୋଉଥିଲେ, ଯାହାଫଳରେ ସିଂହ ଏବଂ ଅନ୍ୟାନ୍ୟ ହିଂସ୍ର ବନ୍ୟଜନ୍ତୁମାନେ ତାଙ୍କ ନିକଟକୁ ପହଞ୍ଚି ପାରିବେ ନାହିଁ। ଏହିପରି ଭାବେ ସେ ବନ୍ୟଜନ୍ତୁଙ୍କଠାରୁ ନିଜକୁ ରକ୍ଷା କରି ଜଙ୍ଗଲ ମଧ୍ୟରେ ତିଷ୍ଠି ପାରିଥିଲେ ବୋଲି ପୁଡୁ କହିଛନ୍ତି।ଏପଟେ ଟିନୋଟେଣ୍ଡା ପୁଣ୍ଡୁର ଗ୍ରାମବାସୀ ଢୋଲ ବଜାଇ ତାକୁ ଖୋଜୁଥିଲେ । ସେମାନେ ଆଶା କରିଥିଲେ ଯେ ଢୋଲ ଶବ୍ଦ ଶୁଣିବା ପରେ ଟିନୋଟେଣ୍ଡା ଧ୍ୱନି ଦିଗକୁ ଆସିବେ ଏବଂ ତାଙ୍କୁ ମିଳିଯିବେ । ତେବେ ଗ୍ରାମବାସୀଙ୍କ ଏହି ଉଦ୍ୟମ ବିଫଳ ହୋଇଥିଲା। ବାସ୍ତବରେ ଆଠ ବର୍ଷ ବୟସ୍କ ପୁଣ୍ଡୁ ତାଙ୍କ ଗାଁଠାରୁ ପଚାଶ କିଲୋମିଟର ଦୂରରେ ଥିବା ଜଙ୍ଗଲକୁ ପଳାଇଥିଲା । ଗାଁର ଲୋକମାନେ ତାଙ୍କୁ ପାଖାପାଖି ଅଞ୍ଚଳର ଖୋଜୁଥିଲେ।ଏହି ସମୟରେ ବର୍ଷା ମଧ୍ୟ ହୋଇଥିଲା, ଫଳରେ ପୁଡୁଙ୍କର ପାଦ ଚିହ୍ନ ଲିଭିଯାଇଥିଲା। ତେଣୁ ତାଙ୍କୁ ଖୋଜିବା ବନ ଅଧିକାରୀମାନଙ୍କ ପାଇଁ କାଠିକର ପାଠ ହୋଇପଡ଼ିଥିଲା। ପୁଡୁଙ୍କୁ ଉଦ୍ଧାର କରାଯିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଡାକ୍ତର ପୁଡୁଙ୍କ ମାନସିକ ସ୍ଥିତିକୁ ମଧ୍ୟ ପରୀକ୍ଷା କରୁଛନ୍ତି। ତେବେ ପୁଡୁଙ୍କ ସାହସିକତାକୁ ବିଶ୍ୱବ୍ୟାପୀ ପ୍ରଶଂସାର ସୁଅ ଛୁଟିଛି।

Leave A Reply

Your email address will not be published.

17 − four =