ସାତକୋଶିଆରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା 

ଭୁବନେଶ୍ୱର(ରାଜ୍ୟକାହାଣୀ) ଆଜିଠାରୁ ଅନୁଗୁଳ ଜିଲ୍ଲା ସାତକୋଶିଆରେ ଆରମ୍ଭ ହେଉଛି କୁମ୍ଭୀର ଗଣନା । ଏଥିପାଇଁ ପର୍ଯ୍ୟଟକଙ୍କୁ ସାତକୋଶିଆ ବାରଣ। କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ |ଏଥିପାଇଁ  ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ୧୪ଟି ଟିମ ବିଭିନ୍ନ ଜାଗାରେ ଡଙ୍ଗାରେ ଯାଇ ପକ୍ଷୀ ଓ କୁମ୍ଭୀର ଗଣନା କରୁଛନ୍ତି । ଅଭୟାରଣ୍ୟ ମଧ୍ୟରେ ଥିବା ଚାରୋଟି ବନଖଣ୍ଡର କର୍ମଚାରୀଙ୍କୁ ନେଇ ୧୪ଟି ଟିମ୍ ଗଠନ କରାଯାଇଛି । ଚଳିତ ବର୍ଷ କେବଳ ୧୪ଟି ଦେଶୀ ଡଙ୍ଗା ସାହାଯ୍ୟରେ ଏହି ଗଣନା କରିବା ନେଇ ସୂଚନା ମିଳିଛି । ସାତକୋଶିଆ ମହାନଦୀ ଗଣ୍ଡରେ ୨୩ କିମି ପର୍ଯ୍ୟନ୍ତ ଗଣନା କରାଯିବାର ଯୋଜନା ରହିଛି ।

Leave A Reply

Your email address will not be published.

two + 16 =