ଭୁବନେଶ୍ୱର(ରାଜ୍ୟକାହାଣୀ) ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୨ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ କର୍ମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାକୁ ନେଇ ଗୁରୁତର ୨ ବିଜେପି କର୍ମୀଙ୍କ ବୟାନ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଏହି ମାମଲାରେ ବୁର୍ଲା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ହାଇୱା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଥିଲା । କିନ୍ତୁ ଜେରା ବେଳେ ଡ୍ରାଇଭରଙ୍କ ଚାଞ୍ଚଲ୍ୟକର ବୟାନ । ଇଛା ହେଲା, ସେଥିପାଇଁ ମାରିଦେଲି ବୋଲି ଜେରା ବେଳେ କହିଛନ୍ତି ହାଇଓ୍ୱା ଡ୍ରାଇଭର । ଡ୍ରାଇଭର ଦେଇଥିବା ବୟାନ ଶୁଣି ଏବେ ପୋଲିସର ଅକଲ ଗୁଡୁମ ହୋଇଯାଇଛି ।ତେବେ ଚାଳକଙ୍କର ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ହତ୍ୟାକାଣ୍ଡ ସେ ନିଜେ କରିଛନ୍ତି ନା ତା ପଛରେ ଆଉ କାହାର ହାତ ଅଛି ସେ ନେଇ ଏବେ ଅଧିକ ତଦନ୍ତ ଚଳାଇଛି ପୋଲିସ । ପୋଲିସର ପୁରା ତଦନ୍ତ ପରେ ହିଁ ମୃତ୍ୟୁ ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।