କେତେ ଘାତକ ଚୀନର ନୂଆ ଭୂତାଣୁ !

କୋଭିଡ୍‌-୧୯ ମହାମାରୀର ୫ ବର୍ଷ ପରେ ଚୀନରେ ପୁଣି ଏକ ନୂଆ ଭୂତାଣୁ ଆତଙ୍କ ଖେଳାଇଛି । ଆଉ ଏହାର ଲକ୍ଷଣ କରୋନା ଭାଇରସ୍‌ ଭଳି । ଏହି ନୂଆ ଭୂତାଣୁର ନାମ – ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍‌ ବା HMPV । ଏହି ନୂଆ ଭାଇରସ୍ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢିବାରେ ଲାଗିଛି । ତେବେ ଛୋଟ ପିଲାଙ୍କ ଠାରେ ଭୂତାଣୁ ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଭାରତୀୟ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟର ଅଧିକାରୀ ଅତୁଲ ଗୋଏଲ ଏନେଇ ଲୋକଙ୍କୁ ସଚେତନ କରିଛନ୍ତି। ଶ୍ୱାସଜନିତ କୌଣସି ସଂକ୍ରମଣକୁ ଏଡ଼ାଇବା ପାଇଁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଆପଣାଇବାକୁ ସେ କହିଛନ୍ତି। ଭାଇରସ୍ ଏଚଏମପିଭି ପାଇଁ କୌଣସି ସ୍ୱତନ୍ତ୍ର ଚିକିତ୍ସା ନଥିବାରୁ କେବଳ ସତର୍କତାରେ ହିଁ ଆମେ ଏହାକୁ ରୋକି ପାରିବା ବୋଲି ସେ କହିଛନ୍ତି। ହେଲେ ଏହାକୁ ନେଇ ବର୍ତ୍ତମାନର ପରିସ୍ଥିତି ବିଷୟରେ ଚିନ୍ତିତ ହେବାର କିଛି ନାହିଁ ବୋଲି ସେ କହିଛନ୍ତି। କ୍ଲିଭ୍‌ଲ୍ୟାଣ୍ଡ୍‌ କ୍ଲିନିକ୍ ଅନୁଯାୟୀ, ଏହା ଏକ ଉପର ଶ୍ୱାସନଳୀ ସଂକ୍ରମଣ, କିନ୍ତୁ ଏହା ବେଳେବେଳେ ନିମୋନିଆ, ଆଜ୍‌ମା ଫ୍ଲେୟାର-ଅପ୍ ଭଳି ନିମ୍ନ ଶ୍ୱାସନଳୀ ସଂକ୍ରମଣ ସୃଷ୍ଟି କରିପାରେ କିମ୍ବା କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରି ଡିଜିଜ୍ ବା ସିଓପିଡି କୁ ଅଧିକ ଖରାପ କରିପାରେ ।

Leave A Reply

Your email address will not be published.

7 + nine =