ବିଶ୍ବର ବୟୋଜ୍ୟେଷ୍ଠ ବ୍ୟକ୍ତିିଭାବେ ମାନ୍ୟତାଲାଭ କରିଥିବା ଜାପାନୀ ମହିଳା ତୋମିକୋ ଇତୁକାଙ୍କର ଡିସେମ୍ବର ୨୯ରେ ପରଲୋକ ଘଟିଛି। ତାଙ୍କୁ ୧୧୬ ବର୍ଷ ବୟସ ହୋଇଥିଲା। ପ୍ରଥମ ବିଶ୍ବଯୁଦ୍ଧର ୬ ବର୍ଷ ପୂର୍ବରୁ ଇତୁକା ମେ’ ୧୯୦୮ରେ ଜନ୍ମଗ୍ରହଣ କରିଥିଲେ। ସେପ୍ଟେମ୍ବର ୨୦୨୪ ଗିନିସ୍ ୱାଲ୍ଡ ରେକର୍ଡ ପକ୍ଷରୁ ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ପ୍ରମାଣପତ୍ର ଦିଆଯାଇଥିଲା ।ତୋମିକାଙ୍କର ୪ ସନ୍ତାନ ଓ ୫ ନାତି ନାତୁଣୀ ରହିଛନ୍ତି। ତୋମିକା ୧୯୦୮ ମେ’ ୨୩ରେ ଜାପାନର ଓସାକା ସହରରେ ଜନ୍ମଗ୍ରହଣ କରିଥିଲେ।୨୦୨୪ ଅଗଷ୍ଟରେ ସ୍ପେନ୍ର ମାରିଆ ବ୍ରାନ୍ୟାସ ମୋରେରାଙ୍କର ୧୧୭ ବର୍ଷ ବୟସରେ ପରଲୋକ ହୋଇଥିଲା । ଏହା ପରେ ଇତୁକାଙ୍କୁ ବିଶ୍ବର ସବୁଠୁ ବୟସ୍କ ମହିଳା ଭାବେ ଗଣାଯାଉଥିଲା ।ତେବେ ଏବେ ବ୍ରାଜିଲର ଜଣେ ନନ୍, ଇନାହ କାନାବରୋ ଲୁକାସ, ଏବେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ପରିଚିତ ହେବେ । ତାଙ୍କର ଜନ୍ମ ଜୁନ୍ ୮, ୧୯୦୮ ରେ ହୋଇଥିବା ବେଳେ ଏବେ ତାଙ୍କୁ ୧୧୬ ବର୍ଷ ହୋଇଛି ।