HMPVର ସ୍ଵାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ 

ବେଙ୍ଗାଲୁରୁରୁ ୨ ଜଣ ଏଚଏମପିଭି ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ଅହମ୍ମଦାବାଦରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ ମୋଟ ୩ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଇସିଏମଆର ନିୟମିତ ତଦାରଖ ମାଧ୍ୟମରେ କର୍ନାଟକରେ HMPVର ଦୁଇଟି ମାମଲା ଚିହ୍ନଟ କରିଥିଲା। ଅନ୍ୟପଟେ ଏହାକୁ ନେଇ ବିଭିନ୍ନ ରାଜ୍ୟର ସରକାର ସଜାଗ ରହିଛନ୍ତି। କର୍ନାଟକରେ ୨ HMPV ସଂକ୍ରମିତ ଚିହ୍ନଟ ପରେ କର୍ନାଟକ ସରକାର ଏକ ଆଡଭାଇଜରୀ ଜାରି କରିଛନ୍ତି। ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ମାସ୍କ ପିନ୍ଧିଲେ ସଂକ୍ରମଣ କମିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛନ୍ତି। ଅନ୍ୟପକ୍ଷେ ହ୍ୟୁମାନ ମେଟାନିମୋ ଭାଇରସ ବା HMPV ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚୀନରୁ HMPV ନେଇ ଆସୁଥିବା ଖବରକୁ WHO ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି । ଭାରତ ସରକାର ମଧ୍ୟ ଏନେଇ କୌଣସି ଆଡଭାଇଜରି ଜାରି କରିନାହାନ୍ତି । ତେବେ ଯେକୌଣସି ସ୍ଵାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ।ଯେତେବେଳେ କେନ୍ଦ୍ର ସରକାରଙ୍କ ଠାରୁ ଯେଉଁ ଆଡଭାଇଜରି ଆସିବ, ସେହି ଅନୁସାରେ ପଦକ୍ଷେପ ନିଆଯିବ ।

Leave A Reply

Your email address will not be published.

11 + 1 =