ଆତଙ୍କ ମଚାଇଲାଣି HMPV ଭାଇରସ । ଚୀନ୍‌ ପରେ  ଏବେ ଭାରତରେ ଏହି ଭାଇରସ ।  

ସାରା ବିଶ୍ୱକୁ ଥରାଇଥିବା କୋଭିଡ-୧୯ ପରେ ଚାଇନାରେ ପୁଣିଥରେ ଫେରିଛି ଭାଇରସ । HMPV ନାମକ ଏକ ଭୂତାଣୁ ଚିହ୍ନଟ ପରେ ସାରା ବିଶ୍ୱରେ ହଇଚଇ । ଏବେ ଚାଇନା ପରେ ଭାରତରେ ବ୍ୟାପିଛି ଏହି ରୋଗ ।ଭାରତରେ ଏହାର ପ୍ରଥମ ମାମଲା ଭାରତରେ ସାମ୍ନାକୁ ଆସିଛି। ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଆଠ ମାସର ଶିଶୁ ଠାରେ HMPV ଭୂତାଣୁ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଆମେ ଏହାକୁ ଆମ ଲ୍ୟାବରେ ପରୀକ୍ଷା କରିନାହୁଁ । ଏକ ଘରୋଇ ଡାକ୍ତରଖାନାରେ ଏହି ମାମଲାର ଏକ ରିପୋର୍ଟ ଆସିଛି।ଘରୋଇ ଡାକ୍ତରଖାନାର ଏହି ରିପୋର୍ଟ ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ । କାରଣ HMPV ସାଧାରଣତଃ କେବଳ ପିଲାମାନଙ୍କଠାରେ ଚିହ୍ନଟ ହୁଏ । ସମସ୍ତ ଫ୍ଲୁ ନମୁନାର HMPV ୦.୭ ପ୍ରତିଶତ ଅଟେ ।  ଏଚଏମପିଭି ଭାଇରସ୍ ପାଇଁ ବଢିବାରେ ଲାଗିଛି ଶ୍ବାସକ୍ରିୟା ଜନିତ ଅସୁସ୍ଥତା । ତେବେ ଭାରତରେ ଏହି ଭାଇରସକୁ ନେଇ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି  କହିଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଗତ ଶନିବାର ଏକ ବିବୃତି ଜାରି କରି ମନ୍ତ୍ରାଳୟ କହିଥିଲା ଯେ ଚୀନରେ ଏହି ସ୍ଥିତି କିଛି ଅସାଧାରଣ ନୁହେଁ, ଭାରତ ଏହା ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ।

Leave A Reply

Your email address will not be published.

5 × five =