ଭୁବନେଶ୍ୱର(ରାଜ୍ୟକାହାଣୀ) ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ଓଡିଶା ସମେତ ବିଜେପି ଶାସିତ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ । ତେଣୁ ଆଜି ଭୁବନେଶ୍ବର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି ଦଳ। ଏହି ସମାବେଶରେ ପ୍ରାୟ ୫୦ ହଜାର କର୍ମୀ ଯୋଗ ଦେବେ ବୋଲି ସୂଚନା ମିଳିଛି ।ତେବେ ଆଗକୁ ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି ଆନ୍ଦୋଳନକୁ ଆହୁରି ଶାଣିତ କରିବ ବିଜେଡି । ଦରଦାମ ବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ ଚଡକ ପକାଇଛି ମହଙ୍ଗା ମାଡ଼। ଗତ ୬ ମାସରେ ଦେଶର ମୁଦ୍ରାସ୍ଫୀତି ୩୦ ପ୍ରତିଶତରୁ ଅଧିକ ରହିଛି। ଓଡ଼ିଶାରେ ଏହା ୭ ପ୍ରତିଶତ ରହିଛି। ଗାଁରେ ୮ ପ୍ରତିଶତରେ ପହଞ୍ଚିଛି ।
ସେପଟେ ବିଜେଡିର ଏହି ଆନ୍ଦୋଳନକୁ କଟାକ୍ଷ କରିଛି ବିଜେପି। ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ନିଜ ଅସ୍ତିତ୍ଵ ବଞ୍ଚାଇବା ପାଇଁ ବିଜେଡି ଆନ୍ଦୋଳନ କରୁଛି। ବିଜେପି ସରକାର ଆସିବା ପରେ ୬ ମାସରେ ୧ ପ୍ରତିଶତ ମୁଦ୍ରାସ୍ଫିତି କମିଛି। ବିଜେଡିକୁ ଓଡ଼ିଶା ଲୋକ ପ୍ରତ୍ୟାଖାନ କରିଛନ୍ତି । ତେଣୁ ନିଜ ଅସ୍ତିତ୍ଵ ବଞ୍ଚାଇ ରଖିବା ପାଇଁ ବିଜେଡ଼ି ଆନ୍ଦୋଳନ କରୁଛି ।