ପୁଣି ଫେରିଲା ବାର୍ଡ ଫ୍ଲୁ ଭୟ

ଭୁବନେଶ୍ୱର(ରାଜ୍ୟକାହାଣୀ)  କୃଷ୍ଣପ୍ରସାଦରେ ବାର୍ଡ ଫ୍ଲୁ ସନ୍ଦେହ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଅନେକ କୁକୁଡା ଫାର୍ମରେ କୁକୁଡା ମଡକ ଦେଖାଯାଇଛି । ଏହାସହିତ କେତେକ ସ୍ଥାନରେ କାଉ ମଧ୍ୟ ମରି ପଡିଥିବା ଦେଖାଯାଇଛି ।ଗତ ୫ ଦିନ ଧରି କୁକୁଡ଼ା ମଡ଼କ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇଛି । ଏପରିକି ଚାଷୀ ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି ।  ମୃତ କୁକୁଡାର ରକ୍ତ, ନାଳ, ମୂତ୍ର ପରୀକ୍ଷା ପାଇଁ ପଠାଯାଇଛି । ଏତେ ସଂଖ୍ୟାରେ କୁକୁଡା କାହିଁକି ମରୁଛନ୍ତି, ପରୀକ୍ଷା ପରେ ପ୍ରକୃତ କାରଣ ଜଣାପଡ଼ିବ ।ବର୍ତ୍ତମାନ HMPV ଭାଇରସକୁ ନେଇ ସମସ୍ତେ ଚିନ୍ତାରେ ରହିଥିବା ବେଳେ ବାରଡ ଫ୍ଲୁ ସନ୍ଦେହ ଲୋକଙ୍କୁ ଭୟଭୀତ କରିଛିି ।

Leave A Reply

Your email address will not be published.

thirteen − 7 =