ଛତିଶଗଡ଼ ବିଜାପୁରର କୁଟ୍ରୁ ରାସ୍ତାରେ IED ବିସ୍ଫୋରଣରେ ଉଡ଼ିଗଲା ଯବାନ ଯାଉଥିବା ଗାଡ଼ି। ଏହି ଆକ୍ରମଣେ ୮ ଯବାନଙ୍କ ସହିତ ଜଣେ ଡ୍ରାଇଭର ମଧ୍ୟ ସହିଦ ହେଇଛନ୍ତି ।। ସମସ୍ତ ସହିଦ ଯବାନ ଦାନ୍ତେୱାଡା ଡିଆରଜି କ୍ୟାମ୍ପର। ଦାନ୍ତେୱାଡା, ନାରାୟଣପୁର ଜଙ୍ଗଲରେ ମାଓ ଅପରେସନ୍ ସାରି ଫେରୁଥିଲେ ସମସ୍ତ ଯବାନ। ଗତକାଲି ଦାନ୍ତେୱାଡା ଜଙ୍ଗଲରେ କୁମ୍ବିଂ ଅପରେସନ୍ରେ ଯାଇଥିଲେ ଏ ସମସ୍ତ ଯବାନ। ଗତକାଲି ମାଓ ଅପରେସନ୍ବେଳେ ୪ ନକ୍ସଲ ନିପାତ ହୋଇଥିଲେ। ନକ୍ସଲଙ୍କ ସହ ଗୁଳିବିନିମୟରେ ଜଣେ ଡିଆରଜି ଯବାନ ସହିଦ ହୋଇଥିଲେ । ଗାଡିରେ କେତେ ସୈନିକ ଥିଲେ ସେ ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ଏହି ଆକ୍ରମଣରେ ଆହତ ହୋଇଥିବା ସୈନିକମାନଙ୍କୁ ଘଟଣାସ୍ଥଳରୁ ସ୍ଥାନାନ୍ତର କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। କୁହାଯାଉଛି ଯେ IED ପ୍ରାୟ ତିନି କିଲୋ ଓଜନର ଏକ ବିସ୍ଫୋରକ ଥିଲା । ଯେଉଁଥିପାଇଁ ଗାଡିଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା।