ଭୁବନେଶ୍ୱର(ରାଜ୍ୟକାହାଣୀ) ଜୁନ ମାସ ରେ ବିଜେପି ସରକାର ଗଠନ ହେଲା.ସାତ ମାସ ହୋଇଗଲା .ହଁ କେବଳ ଲମ୍ବା ଲମ୍ବା ଭାଷଣ ଆମେ ଏବେ ଶୁଣୁଛୁ .କିନ୍ତୁ କାମ ଘର ଶୂନ.. ଦରଦାମ ବଢ଼ି ବଢ଼ି ଚାଲିଛି କିନ୍ତୁ action କିଛି ନାହିଁ .
ଏ ସରକାର ଲୋକଙ୍କ ସରକାର ବୋଲି ଦାବୀ କରୁଛି.କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାର ର ସମ୍ପର୍କ ଥିବା ପରି ଜଣା ପଡ଼ୁ ନାହିଁ .ଡାଲି କୁହନ୍ତୁ. ତେଲ କୁହନ୍ତୁ. ପରିବା କଥା କୁହନ୍ତୁ.ଗ୍ରୋସରୀ ଠାରୁ ଆରମ୍ଭ କରି medicine ପର୍ଯ୍ୟନ୍ତ ସବୁ essential commodity ର ଦର ଏବେ ଆକାଶ ଛୁଆଁ. ମାର୍କେଟ ଉପରେ ସରକାରଙ୍କ control ନାହିଁ. ଆଇ ମା କାହାଣୀ କହି ସରକାର ଖୁସି. ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇ ଗଲାଣି. ଅଦିନିଆ ବର୍ଷା.ଫସଲ ହାନି.ପୁଣି ପ୍ରତିଦିନ ଚାଷୀ suicide କରୁଛି .ବୋଝ ଉପରେ. ଏହା ନଳିତା ବିଡା ପରି ହୋଇଛି.କିନ୍ତୁ ନେତା ଙ୍କ ସମୟ ନିଜ promotion ରେ ବିତୁଛି.
ହାଟ ବଜ଼ାରରେ ଲୋକ ପ୍ରତିଦିନ ଅଶାନ୍ତି .ମା ମାନେ କାନ୍ଦୁଛନ୍ତି . ଚାଷୀ କାନ୍ଦୁଛନ୍ତି.କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି.ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ଏ ସରକାର କ୍ଷମତାକୁ ଆସିଚ୍ଛି. ବିଜେଡି ଠାରୁ କମ ଭୋଟ ପାଇ ଏ ସରକାର କ୍ଷମତା କୁ ଆସିଛି.double engine double ମାଡ.ଏପଟେ ଦରବୃଦ୍ଧି ମାଡ.ସେପଟେ GST ମାଡ଼.ସବୁ ଜିନିଷ ରେ GST. ଗରିବ ଲୋକ ବେଶୀ GST ଦେଉଛନ୍ତି.ବିଜେପି ସରକାର trailer ରେ ଗୋଲାପୀ ଚିତ୍ର ଦେଖାଇଲେ କିନ୍ତୁ .film release ହେଲା MM ସରକାର ମହଙ୍ଗା ମାଡ ସରକାର.ମାହାଙ୍ଗା ମାଡ଼ ସରକାର ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାର ଙ୍କ ଅସଲ ଚେହେରା ଖୋଲିଦେବ.