ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍ସ

ଭୁବନେଶ୍ୱର(ରାଜ୍ୟକାହାଣୀ) ଡ଼କ ସୁରକ୍ଷା ମାସର ଉଦ୍‌ଘାଟନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ସଡ଼କ ସୁରକ୍ଷା ଓ ଦୁର୍ଘଟଣା ହ୍ରାସ ନେଇ ବସ୍‌ରେ ଲାଗିବ ଇଲୋକ୍ଟ୍ରୋନିକ୍ସ ସ୍ମାର୍ଟ ଡିଭାଇସ୍‌ । ଏହି ଡିଭାଇସ୍‌ ଲଗାଇବା ପାଇଁ ଘରୋଇ ବସ୍‌ ମାଲିକମାନଙ୍କୁ ସହାୟତା ଦେବେ ରାଜ୍ୟ ସରକାର । ସୂଚନାମୁତାବକ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟ ସଡ଼କ ସୁରକ୍ଷା ମାସର ଶୁଭ ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଏକ ପଦଯାତ୍ରା ମାଷ୍ଟରକ୍ୟଣ୍ଟିନ ଛକଠାରୁ ବାହାରି ରାମ ମନ୍ଦିର ଛକ ଯାଏ ଯାଇଥିଲା । ଏଥର ସଡ଼କ ସୁରକ୍ଷା ମାସର ବାର୍ତ୍ତା ହେଉଛି Come Home safe । ସୁରକ୍ଷିତ ସହ ଘରକୁ ଫେରନ୍ତୁ ।

ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ପଦ ଯାତ୍ରାରେ ପରିବହନ ବିଭାଗ, NCC କ୍ୟାଡେଟ, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଡ୍ରାଇଭର, ଓ କଳାକାର ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଡ଼କ ସୁରକ୍ଷା ପାଳନ କରିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି ।ଏହି ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର,  ମେୟର ସୁଲୋଚନା ଦାସ ବିଧାୟକ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ବାବୁ ସିଂ , ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ସବ୍ୟସାଚୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × 3 =