ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧି ଶୋ’ ରୁମ୍‌ ଲୁଟିଲେ

ଭୁବନେଶ୍ୱର(ରାଜ୍ୟକାହାଣୀ)  ସୁରକ୍ଷା କର୍ମୀଙ୍କୁ ବାନ୍ଧୀ ତାଡିନେଲେ କ୍ୟାସ ବାକ୍ସ । ରାଉରକେଲା ବେଦବ୍ୟାସ ଅଞ୍ଚଳରୁ ଏପରି ଲୁଟ୍ ହୋଇଛି । ତିନି ଜଣ ଦୁର୍ବୃତ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଧମକ ଚମକ ଦେବା ସହ ହାତଗୋଡ଼ ବାନ୍ଧି ଦେଇଥିଲେ। ଏହାପରେ ଶୋ’ ରୁମରେ ଥିବା କ୍ୟାସ୍ ବକ୍ସକୁ ଲୁଟି ନେଇଛନ୍ତି ଡକାୟତ। ଏନେଇ ଶୋ ରୁମ୍‌ ମାଲିକ ଅଭିଯୋଗ କରିଛନ୍ତି। ଲୁଟର ସମସ୍ତ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି ।କ୍ୟାସ୍ ବକ୍ସରେ ଲକ୍ଷାଧିକ ଟଙ୍କା ଥିବା କୁହାଯାଉଛି । କେବଳ ସେତିକି ନୁହେଁ କ୍ୟାସ୍‌ ବାକ୍ସରେ ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ସହ କ୍ରେଡିଟ୍‌ କାର୍ଡ ମଧ୍ୟ ଥିବା ଶୋ’ ରୁମ୍‌ ମାଲିକ କହିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।  ଅଭିଯୋଗ ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। 

Leave A Reply

Your email address will not be published.

18 − 17 =