ମହାକାଶରେ ଝୁଡଙ୍ଗ ମଞ୍ଜିରୁ ବାହାରିଲା ଗଜା

ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଅର୍ଥାତ ISRO କୁ ମିଳିଛି ବଡ ସଫଳତା । ଇସ୍ରୋ ମହାକାଶରେ ଝୁଡ଼ଙ୍ଗ ମଞ୍ଜିକୁ ଗଜା କରିବାରେ ସଫଳତା ହାସଲ କରିଛି ।  ନିଟକରେ ପିଏସଏଲଭି-ସି୬୦ ସ୍ପେଡେକ୍ସ ମିଶନରେ ଏହି ପରୀକ୍ଷା କରାଯାଇଥିଲା । ଚାରି ଦିନରେ ପୋତାଯାଇଥିବା ଝୁଡଙ୍ଗ ମଞ୍ଜିରୁ ଗଜା ବାହାରିଛି ।

ଏହା ହେଉଛି ସେହି ଝୁଡଙ୍ଗ ଗଛ । ଧିରେ ଧିରେ ଏହା ବଡ ହେବା ସହ ପତ୍ର ବାହାରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।  ଭିଏସଏସସି କମ୍ପାକ୍ଟ ରିସର୍ଚ୍ଚ ମଡ୍ୟୁଲ ଫର ଅର୍ବିଟାଲ ପ୍ଲାଣ୍ଟ ଷ୍ଟଡି(କ୍ରପ୍ସ) ପକ୍ଷରୁ ଏହି ପରୀକ୍ଷା କରାଯାଇଥଲା। ଏହି ପ୍ରକ୍ରିୟାରେ ଝୁଡୁଙ୍ଗର ୮ ମଞ୍ଜିକୁ ନିୟନ୍ତ୍ରିତ ପରିବେଶରେ ଲଗାଯାଇଛି । ଯେଉଁଥିରେ ସକ୍ରିୟ ଥର୍ମଲ ନିୟନ୍ତ୍ରଣ ରହିଛି । କ୍ଷୀଣ ଚୁମ୍ବକୀୟ ଶକ୍ତିରେ କିପରି ମଞ୍ଜିରୁ ଗଛ ବାହାରୁଛି, ତାର ଫଟୋ ଉଠାଯିବ ଏବଂ ଅମ୍ଳଜାନ, ଅଙ୍ଗାରକାମ୍ଳ, ଆର୍ଦ୍ରତା, ତାପମାତ୍ରା ଆଦି ମଧ୍ୟ ମପାଯିବ । ଏହା ଦ୍ୱାରା ସେହି ପରିସ୍ଥିତିକୁ ଅନୁସରଣ କରିବାରର ପ୍ରୟାସ କରାଯାଇଛି, ଯେଉଁଥିରେ ଗଛ ମହାକାଶ ଯାତ୍ରା ସମୟରେ ଯାଇପାରିବ । ଏହି ଉପଲବ୍ଧି ଭାରତର ମହାକାଶ ଜୀବବିଜ୍ଞାନ ଅନୁସାରେ ଏକ ବହୁତ ବଡ଼ ସଫଳତା । ମହାକାଶରେ ମଞ୍ଜି ଗଜା ହେବା ଭାରତର ଯୋଗ୍ୟତାକୁ ଦର୍ଶାଉଛି ।

Leave A Reply

Your email address will not be published.

twenty − 14 =