ଭୁବନେଶ୍ୱର(ରାଜ୍ୟକାହାଣୀ) ଯାହା ଆଶା କରାଯାଉଥିଲା ତାହା ସତ ପ୍ରମାଣିତ ହୋଇଛି । ଓଡିଶାରେ ବୃଦ୍ଧି ପାଇଛି ମଦ ଦର । ଆସ୍କା-୪୦ ଓ ବିୟର୍ର ଦାମ୍ ବୃଦ୍ଧି କଲେ ମୋହନ ସରକାର ।ଆସ୍କା ୪୦ ସାଙ୍ଗକୁ ବିୟରର ଦାମ୍ ୧୦ ଟଙ୍କାଙ୍କୁ ବୃଦ୍ଧି କରିଚନ୍ତି ରାଜ୍ୟ ସରକାର । ବିୟର୍ ବୋତଲ ପିଛା ୧୦ ଟଙ୍କା ଦର ବଢ଼ିଥିବା ବେଳେ ଏବେ ଆସ୍କା-୪୦ର ଦାମ୍ ୬୦ ଟଙ୍କାରୁ ୭୦ ଟଙ୍କାକୁ ବୃଦ୍ଧି ପାଇଛି । ଗତ ଡିସେମ୍ବର ୧ରୁ ଏହି ବର୍ଦ୍ଧିତ ଦାମ୍ ଲାଗୁ ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜସ୍ବ କ୍ଷତିକୁ ଦେଖି ପ୍ରାଇସ୍ ଫ୍ରିକ୍ସେସନ୍ କମିଟି ରିପୋର୍ଟ ଆଧାରରେ ଦର ବୃଦ୍ଧି ହୋଇଥିବା କଥା ମନ୍ତ୍ରୀ କହିଛନ୍ତି ।