ଫେସବୁକ ପ୍ରେମ ହେଲା କାଳ, ସୀମା ପାର ପରେ ଗିରଫ ହେଲେ ଯୁବକ 

ଫେସବୁକ୍‌ରୁ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ଦେଖୁଦେଖୁ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ବିତିଯାଇଥିଲା ଅଢ଼େଇ ବର୍ଷ। ଏଣୁ ପ୍ରେମିକାକୁ ଥରେ ଆଖି ପୁରାଇ ଭେଟିବାକୁ ଇଚ୍ଛା କରିଥିଲେ ପ୍ରେମିକ। ହେଲେ ଏଥିରେ ବାଧା ସାଜିଥିଲା ଭାରତ-ପାକିସ୍ତାନ ମଧ୍ୟରେ ଥିବା ସୀମାରେଖା। ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାର ୩୦ ବର୍ଷୀୟ ବାଦଲ ବାବୁଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ମଣ୍ଡି ବାହାଉଦ୍ଦିନ ଜିଲ୍ଲା ପୁଲିସ୍‌ ଗିରଫ କରିଛି। ସେ ବେଆଇନ ଭାବେ ସୀମା ଅତିକ୍ରମ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି। ବାବୁ ସୀମା ଡେଇଁ ତାଙ୍କର ଜଣେ ଅନଲାଇନ ବନ୍ଧୁଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଗିରଫ ପରେ ବାବୁ ପାକିସ୍ତାନ ପୁଲିସ୍‌କୁ ସବୁ କହିଥିଲେ। ବାବୁ ଗିରଫ ହେବା ପରେ ତାଙ୍କ ପ୍ରେମ କାହାଣୀ ପୁଲିସକୁ କହିଥିଲେ । ହେଲେ ବେଆଇନ ଭାବେ ସେ ପାକିସ୍ତାନରେ ପ୍ରବେଶ କରିଥିବାରୁ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ଜାନୁଆରୀ ୧୦ ଯାଏ ପୁଲିସ୍‌ ହେପାଜତକୁ ପଠାଇ ଦେଇଛନ୍ତି ।ପାକିସ୍ତାନ ପୋଲିସ ଯାଞ୍ଚରୁ ଜାଣିବାକୁ ପାଇଛି ଯେ ବାଦଲ ବାବୁ ପୂର୍ବରୁ ଏକାଧିକ ଥର ସୀମା ପାର କରିବାକୁ ଚେଷ୍ଟା କରିଛନ୍ତି। ହେଲେ ସେ ବିଫଳ ହୋଇଥିଲେ। ଏବେ କିନ୍ତୁ ସେ ତାହା କରିବାରେ ସଫଳତା ପାଇଥିଲେ। ତେବେ ସେ ବାସ୍ତବରେ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ନା ଏହା ପଛରେ ଅନ୍ୟ କାରଣ ରହିଛି ତାହା ଜାଣିବାକୁ ପୋଲିସ ତଦନ୍ତକୁ ଆଗେଇଛି।

Leave A Reply

Your email address will not be published.

19 + three =