ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ

ଭୁବନେଶ୍ୱର(ରାଜ୍ୟକାହାଣୀ) ଖସିଛୁ ପାରଦ ଓ ବଢୁଛି ଶୀତ। କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ। ଏମିତିକି ୧ରୁ ସାଢ଼େ ୪ ଡିଗ୍ରୀ ସେଲସିୟସ୍‌ କମିଯାଇଛି, ପୂର୍ବ ରାତି ତୁଳନାରେ । ରାଉରକେଲା ପାଲଟିଛି ସବୁଠୁ ଥଣ୍ଡା ସହର । ଇସ୍ପାତ ସହର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ରାଜ୍ୟରେ ତାପମାତ୍ରା ଅଚାନକ ଖସିଛି । ରାଜ୍ୟ ତମାମ ଏବେ ପାଗ ଶୁଖିଲା ରହିଛି । ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ଦେଖାଯାଉନି । ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୫ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ତେବେ ୫ ତାରିଖରୁ ରାତି ତାପମାତ୍ରା ଧୀରେ ଧୀରେ ବଢ଼ିବ ।  ଶୀତ ସାଙ୍ଗକୁ ଘନ କୁହୁଡ଼ି ଅସ୍ତବ୍ୟସ୍ତ କରିବ। ଆଜି ଘନ କୁହୁଡ଼ି ପାଇଁ କନ୍ଧମାଳ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ଆସନ୍ତାକାଲି ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାରେ କୁହୁଡ଼ି ହେବ।

Leave A Reply

Your email address will not be published.

twenty − 2 =