ଭାଗଚାଷୀଙ୍କୁ ମିଳିବନି କ୍ଷତିପୂରଣ  ।

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ ବୟାନ । କହିଲେ ଭାଗଚାଷୀଙ୍କୁ ମିଳିବନି କ୍ଷତିପୂରଣ । ଭାଗଚାଷୀଙ୍କ ପାଇଁ ଏଯାଏଁ କୌଣସି ନିୟମ ନାହିଁ।  ପୂର୍ବ ସରକାର  ଏନେଇ କିଛି ନିଷ୍ପତ୍ତି  ନେଇନାହାଁନ୍ତି।  କ୍ଷତିପୂରଣ କେବଳ  ମୂଳ ଜମି ମାଲିକଙ୍କୁ ମିଳିବ।  ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି  ।  SDRF  ଫଣ୍ଡରୁ  ଚାଷୀଙ୍କୁ ସମସ୍ତ କ୍ଷତିପୂରଣ ଦିଆଯିବ । ୩୩ ପ୍ରତିଶତ ରୁ ଅଧିକ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ମିଳିବ କ୍ଷତିପୁରଣ । ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ୨ ଲକ୍ଷ ୨୬ ହଜାର  ହେକ୍ଟର ଫସଲ କ୍ଷତି, ୨୯୧ କୋଟି ସହାୟତା ମିଳିବ  ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।   

Leave A Reply

Your email address will not be published.

6 + 18 =