କରୋନା ମହାମାରୀର ୫ ବର୍ଷ ପରେ ଚୀନ୍ରେ ପୁଣି ଏକ ରହସ୍ୟମୟ ଭାଇରସ୍ର ଆତଙ୍କ। ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’ ବା ଏଚଏମପିଭି ସମେତ ଆଉ କେତେକ ନୂଆ ଭୂତାଣୁ ଚୀନର ଚିନ୍ତା ବଢ଼ାଇଛି ।’ସାଇଣ୍ଟିଷ୍ଟ ଅର୍ଗ’ ଅନୁଯାୟୀ, ଚୀନରେ ବ୍ୟାପିଥିବା ନୂତନ କରୋନା ଭାଇରସ୍ ମହାମାରୀକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ବିବେଚନା କରିଛି । ଜେନେଭା ସାମ୍ବାଦିକ ସମ୍ମିଳନୀରେ ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍ ଏହି ସୂଚନା ଦେଇଛନ୍ତି । ଏହି ନୂତନ ଭୂତାଣୁ ୧୮ଟି ଭିନ୍ନ ଭିନ୍ନ ଦେଶରେ ୭,୮୩୪ ଜଣଙ୍କୁ ସଂକ୍ରମିତ କରିଛି । ଏଥିରେ ୧୭୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ସମସ୍ତେ ଚୀନର । ବର୍ତ୍ତମାନ ସୁଦ୍ଧା ଚୀନରେ ୭,୮୩୪ଟି ସଂକ୍ରମଣ ଓ ୧୭୦ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ଭୂତାଣୁ ବ୍ୟାପିବା ଖବରକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା କରାଯାଉଛି । ଚୀନର ଅନେକ ସ୍ଥାନରେ ଜରୁରୀକାଳୀନ ସ୍ଥିତିର ଘୋଷଣା କରାଯାଇଥିବା କୁହାଯାଉଛି । ତଥାପି ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ । ତଥାପି ଦେଶର ହସ୍ପିଟାଲଗୁଡ଼ିକୁ ଅତ୍ୟଧିକ ପ୍ରଭାବିତ କରୁଥିବା ରୋଗ ଯୋଗୁଁ ଚୀନ୍ ଜରୁରୀ ପରିସ୍ଥିତି ଲାଗୁ କରିଛି ବୋଲି ଯେଉଁ ଦାବି କରାଯାଉଛି ତାହାକୁ ସମର୍ଥନ କରିବା ପାଇଁ କୌଣସି ପ୍ରମାଣ ନାହିଁ ।