କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଗୁରୁବାର ‘J&K and Ladakh Through the Ages’ ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ କାଶ୍ମୀରର ନାଁ କଶ୍ୟପଙ୍କ ନାଁରେ ହୋଇପାରେ । ସେ କହିଛନ୍ତି ଯେ ଶଙ୍କରାଚାର୍ଯ୍ୟଙ୍କ ଉଲ୍ଲେଖ, ସିଲ୍କ ରୁଟ୍, ହେମିଷ ମଠରୁ ପ୍ରମାଣିତ ହେଉଛି ଯେ କାଶ୍ମୀରରୁ ହିଁ ଭାରତର ସଂସ୍କୃତିର ମୂଳଦୂଆ ପଡ଼ିଥିଲା । ସୁଫୀ, ବୌଦ୍ଧ ଏବଂ ଶୈଳ ମଠ କାଶ୍ମୀରକୁ ଭଲ ଭାବେ ବିକଶିତ କରିଛନ୍ତି ।ଶାହା କହିଛନ୍ତି, ପୁସ୍ତକ ମାଧ୍ୟମରେ କଶ୍ମୀରର ଇତିହାସକୁ ପ୍ରତିଷ୍ଠା କରିବାକୁ ଚେଷ୍ଟା କରାଯାଇଛି। ଗୋଟିଏ ସ୍ଥାନରେ କଶ୍ମୀରର ଇତିହାସକୁ ଏହି ପୁସ୍ତକରେ ପ୍ରମାଣ ସହ ଇତିହାସକୁ କୁହାଯାଇଛି। ଭାରତ ହେଉଛି ଏକମାତ୍ର ଦେଶ ଯାହାର ସୀମା ସାଂସ୍କୃତିକ ପରମ୍ପରା ଉପରେ ଆଧାରିତ, ସେଥିଲାଗି କଶ୍ମୀରରୁ କନ୍ୟାକୁମାରୀ ଯାଏ ଭାରତ ଏକ।ଅମିତ୍ ଶାହ କହିଛନ୍ତି ଯେ କାଶ୍ମୀର ଭାରତର ଅଭିନ୍ନ ଅଂଶ ଅଛି ଏବଂ ରହିବ । ଭିନ୍ନ କରିବାକୁ କିଛି ଲୋକ ପ୍ରୟାସ କରିଥିଲେ, କିନ୍ତୁ ଏବେ ସେହି ବାଧାକୁ ହଟାଇ ଦିଆଯାଇଛି । କାଶ୍ମୀରରେ ଯେଉଁ ମନ୍ଦିରର ମିଳିଛି, ତାର ଉଲ୍ଲେଖ ଏହି ପୁସ୍ତକରେ ରହିଛି ।