ଅଲୁ ଅର୍ଜୁନଙ୍କୁ ମିଳିଲା ଜାମିନ୍ । ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନଙ୍କୁ ଜାମିନ୍ ମିଳିଛି ।ଅଲ୍ଲୁ ପୁଣିଥରେ ଜେଲ ଯିବେ ନାଁ ତାଙ୍କୁ ବେଲ୍ ମିଳିବ ଆଶା ଆଶଙ୍କାରେ ରହିଥିଲେ ଅଲ୍ଲୁଙ୍କ ସମର୍ଥକ । କିନ୍ତୁ ଆଜି ତାଙ୍କୁ ନିୟମିତ ଜାମିନ ଦେଇଛନ୍ତି ହାଇଦ୍ରାବାଦ କୋର୍ଟ । ଡିସେମ୍ବର ୪ ତାରିଖରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ର ସ୍ପେଶାଲ ସ୍କ୍ରିନିଂ ସମୟରେ ଦଳଚକଟା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠ ବର୍ଷର ପୁଅ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଚିକ୍କାଡପାଲି ପୋଲିସ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିଲା । ପୋଲିସ ଏହି ଘଟଣାରେ ଅଭିନେତା, ତାଙ୍କ ସୁରକ୍ଷା ଟିମ୍ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍)ର ବିଭିନ୍ନ ଧାରାରେ ଚିକ୍କଡପଲି ଥାନାରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଡିସେମ୍ବର ୧୩ରେ ଅଭିନେତାଙ୍କୁ ଗିରଫ କରାଯାଇଥିଲା । ପରେ ସେହି ଦିନ ତାଙ୍କୁ ତେଲଙ୍ଗାନା ହାଇକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଥିଲା । ଏହାପରେ ତାଙ୍କୁ ଡିସେମ୍ବର ୧୪ ତାରିଖ ସକାଳେ ଜେଲରୁ ମୁକ୍ତ କରାଯାଇଥିଲା ।