ଭୁବନେଶ୍ୱର(ରାଜ୍ୟକାହାଣୀ) ଦିନକୁ ଦିନ ରାଜଧାନୀର ରାସ୍ତାଘାଟ, ବଜାର ଓ ଗଳି କନ୍ଦିରେ ବୁଲା ଗାଈଗୋରୁ ଓ ଷଣ୍ଢଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫଳରେ ବହୁ ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । ଏହା ସହିତ ଆଗାମୀ ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍କର୍ଷ ଓଡିଶାକୁ ଆଗରେ ରଖି ଭୁବନେଶ୍ୱରରୁ ବୁଲା ଗାଈ ଗୋରୁ ଏବଂ ଷଣ୍ଢଙ୍କୁ ହଟାଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେମାନଙ୍କ ପାଇଁ ଅଧିକରୁ ଅଧିକ ଗୋ ଶାଳା ବ୍ୟବସ୍ତା କରାଯାଉଛି । ବନ୍ଦ ହୋଇଥିବା କାଞ୍ଜିଆ ଏବଂ ଗୋ ଶାଳାକୁ ପୁଣି କାର୍ଯ୍ୟକ୍ଷମ କରାଯିବ । ଏହାବାଦ ରାଜ୍ୟବ୍ୟାପି ବିଭିନ୍ନ ସ୍ଥାନରେ ଗୋ ଶାଳା କରିବା ପାଇଁ ଇଛୁକ ବ୍ୟକ୍ତିଙ୍କୁ, ସରକାର ତରଫରୁ ୫୨ ଲକ୍ଷ ଟଙ୍କା ଏବଂ ଭିତିଭୂମି ବାବଦରେ ଦିଆଯିବ । ଏହାସହ ଜମି ଦେବା ପାଇଁ ମଧ୍ୟ ବ୍ୟବସ୍ତା କରୁଛନ୍ତି ସରକାର । ବୁଲା ଗାଇଗୋରୁଙ୍କ ଭରଣ ପୋଷଣ ପାଇଁ ୨୦ ଲକ୍ଷ ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।