ଭାରତୀୟ ପାଣିପାଗ କେନ୍ଦ୍ର ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମ୍ଭାବ୍ୟ ବର୍ଷାକୁ ନେଇ ନୂଆ ପୂର୍ବାନୁମାନ ଜାରି କରିଛି । ଏହି ଆକଳନ କହୁଛି, ଏଥର ଜାନୁଆରୀରୁ ମାର୍ଚ୍ଚ ଭିତରେ ଉତ୍ତର ପଶ୍ଚିମ ଭାରତକୁ ଛାଡ଼ିଦେଲେ ବାକି ସବୁଠି ବର୍ଷା ସ୍ୱାଭାବିକଠାରୁ ଅଧିକ ରହିପାରେ ।କୋହଲା ପାଗ ସହ ବର୍ଷା ହେବ ଏବଂ ଶୀତ କମିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶୀତ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ସହିତ ଉପକୂଳରେ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟର କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର ସମେତ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ଶୀତ ବଢ଼ିବ। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେବ।ଜାନୁଆରୀ ମାସରେ ବି ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ଏହି ସମ୍ଭାବ୍ୟ ଚିତ୍ର ଅନୁସାରେ ଏଥର ଜାନୁଆରୀରେ ଓଡ଼ିଶାରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ । ସ୍ୱାଭାବିକଠାରୁ ଅଧିକ ରହିବ ରାତି ତାପମାତ୍ରା । ହେଲେ ଦିନ ତାପମାତ୍ରା ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ କମ୍ ରହିପାରେ ।