ଭୁବନେଶ୍ୱର(ରାଜ୍ୟକାହାଣୀ) ବର୍ଷ ୨୦୨୪ କୁ ବିଦାୟ ଦେଇ ବର୍ଷ ୨୦୨୫ ର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଅଛି l ଇଂରାଜୀ ନୂତନ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବର୍ଷ ସୁଖ ସମୃଦ୍ଧି ଓ ମଙ୍ଗଳମୟ ହେବା ନେଇ ଲକ୍ଷାଧିକ ଭକ୍ତ ପ୍ରାଥନା କରିଛନ୍ତି lଆଜି ବି ପୁରୀରେ ପ୍ରବଳ ଭିଡ଼। ମହାପ୍ରଭୁଙ୍କ ଝଲକ ଟିକେ ପାଇବାକୁ ଭକ୍ତ ବ୍ୟଗ୍ର, ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ୍। ଶ୍ରୀଜିଉଙ୍କ ଦର୍ଶନ ଲାଗି ଗତକିଛି ଦିନ ହେଲା ପୁରୀରେ ଲାଗିଛି ପ୍ରବଳ ଭିଡ଼। ଆଜି ବି ସକାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ଗଲା ଡିସେମ୍ବର ୩୧ ତାରିଖରୁ ଲାଗିଥିବା ଭିଡ଼ ଆଜି ଯାଏଁ ବି ଜାରି ରହିଛି।ବର୍ଷର ପ୍ରଥମ ଦିନରେ ମହୋଦଧିରେ ସୂର୍ଯ୍ୟୋଦୟ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ତାଙ୍କ ଆଶିଷ ନେବା ପାଇଁ ପୁରୀକୁ ଛୁଟିଥିଲା ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ। ଗତକାଲି ରାତି ୧୨ ଟା ୩୫ରେ ଶ୍ରୀମନ୍ଦିର ଦ୍ବାର ଫିଟିବା ପରେ ନୀତିକାନ୍ତି ସହ ଆରମ୍ଭ ହୋଇଥଲା ଦର୍ଶନ। ବଡ଼ଦାଣ୍ଡରୁ ମାର୍କେଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ନିର୍ମିତ ସ୍ୱତ୍ରନ୍ତ୍ର ବ୍ୟାରିଗେଡ଼ରେ ଭକ୍ତଙ୍କ ଲାଗିଥିଲା ଭିଡ଼ lନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ପୁରୀମୁହାଁ ହେଉଛନ୍ତି । ସେମାନେ ଦର୍ଶନ ସାରିବା ପରେ ପୁରୀରୁ ହଜାର ହଜାର ଗାଡ଼ି ଫେରୁଛି। ଫଳରେ ପିପିଲି ଟୋଲ ଗେଟରେ ପୁରୀମୁହାଁ ଗାଡ଼ି ଓ ପୁରୀରୁ ଫେରୁଥିବା ଗାଡ଼ି ସବୁ ଅଟକି ରହିବାରୁ ସ୍ଥିତି ଅସମ୍ଭାଳ ହେଉଛି। ଟୋଲଗେଟ୍ରେ ଫାଷ୍ଟାଗର ସୁବିଧା ଥିଲେ ବି ବହୁ ସଂଖ୍ୟକ ଗାଡ଼ି ଆସିଥିବାରୁ ଘଣ୍ଟା ଘଣ୍ଟା ଧରି ତାହା ଛିଡ଼ା ହୋଇ ରହିଥିଲା। ଗତ ରାତିରେ ଏପରି ସ୍ଥିତି ଉପୁଜିବାରୁ ଖବର ପାଇ ପିପିଲି ପୁଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଗାଡ଼ି ଚଳାଚଳ ସ୍ୱାଭାବିକ କରିଥିଲା।