ଏକ୍ସ’ରେ ନାଁ ପରିବର୍ତ୍ତନ କଲେ ଏଲନ ମକ୍ସ

 ନୂଆବର୍ଷରେ ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ନିଜ ନାଁ ବଦଳାଇଛନ୍ତି। ତେବେ ବାସ୍ତବ ଜୀବନରେ ସେ ନିଜ ନାମ ପରିବର୍ତ୍ତନ କରିନାହାନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଥିବା ନିଜ ଆକାଉଣ୍ଟର ପ୍ରୋଫାଇଲ ନାମକୁ ମସ୍କ ବଦଳାଇ ‘କେକିଅସ ମାକ୍ସିମସ’ ରଖିଛନ୍ତି।ଏପରିକି ସେ ନିଜର ପ୍ରୋଫାଇଲ୍ ଫଟୋ ମଧ୍ୟ ବଦଳାଇ ‘ପେପ୍ ଦ ଫ୍ରଗ୍’ ନାମକ ଏକ ଚରିତ୍ରର ଫଟୋ ରଖିଛନ୍ତି। ଯାହାକି ଏକ ମିମ୍ ଅଟେ।୨୦୨୨ ଠାରୁ ଏଲନ୍ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ଅକ୍ତିଆର କରିଛନ୍ତି। ଏଥିରେ ତାଙ୍କର ୨୧୦ ନିୟୁତ ଫଲୋଅର୍ସ ଅଛନ୍ତି। ନାମ ଏବଂ ପ୍ରୋଫାଇଲ୍ ଫଟୋ ବଦଳାଇବା ପରେ ତାଙ୍କର ସମର୍ଥକ ଏବଂ ସମାଲୋଚକମାନେ ଭିନ୍ନଭିନ୍ନ କମେଣ୍ଟ କରିବାରେ ଲାଗିଛନ୍ତି। ତେବେ ସେ କାହିଁକି ଏପରି କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।କେକିଅସ ମାକ୍ସମସ ହେଉଛି କ୍ରିପ୍ଟୋକରେନ୍ସି ବଜାରରେ ଏକ ନୂଆ ସଦସ୍ୟ। ଯାହା ବର୍ତ୍ତମାନ ସମୟରେ ନିବେଶକମାନଙ୍କୁ ବେଶ୍‌ ଆକୃଷ୍ଟ କରିବାରେ ସକ୍ଷମ ହୋଇପାରିଛି। ବିଟକଏନ, ଇଥେରିୟମ ଭଳି କେକିଅସ ମାକ୍ସିମସ ମଧ୍ୟ ଏକ ନୂଆ କ୍ରିପ୍ଟୋକରେନ୍ସି। ଯାହା ଡିସେମ୍ବର ୨୭ରେ କ୍ରିପ୍ଟୋ ବଜାରରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୦୦ ପ୍ରତିଶତ ବୃଦ୍ଧି ପାଇଛି। ତେବେ ନିଜ ପ୍ରୋଫାଇଲ ନାମ ଓ ଫଟୋ ବଦଳାଇବା ସହିତ କ୍ରିପ୍ଟୋକରେନ୍ସି ମଧ୍ୟରେ କି ସମ୍ପର୍କ ରହିଛି ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଏହା କ୍ରିପ୍ଟୋ ଜଗତରେ ମସ୍କଙ୍କ ପ୍ରବେଶ ନେଇ ଗୋଟିଏ ପ୍ରକାର ସଙ୍କେତ ଦେଉଥିବା ଆଲୋଚନା ହେଉଛି।

Leave A Reply

Your email address will not be published.

4 × three =