ଥରାଉଛି ଶୀତ,ରାଉଲକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର(ରାଜ୍ୟକାହାଣୀ)  ରାଜ୍ୟକୁ ଫେରିଛି ଶୀତ। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାରଠାରୁ ୪ ତାରିଖ ମଧ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିବାର ସମ୍ଭାବନା ରହିଥିବା ଅନୁମାନ କରିଛି ପାଣିପାଗ ବିଭାଗ।ଏହି ଆକଳନ ଅନୁସାରେ ୨ ତାରିଖରେ ରାଉରକେଲା ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ, ଫୁଲବାଣୀ ଓ ସୁନ୍ଦରଗଡ଼ ୯ ଡିଗ୍ରୀ, ବାରିପଦା ଏବଂ ଅନୁଗୁଳ ୧୧, କଟକ ୧୪, ଭୁବନେଶ୍ୱର ୧୫ ଡିଗ୍ରୀ ସେଲସିୟସ୍‌ ରହିପାରେ । ଦିନକ ପରେ ଅନେକ ସ୍ଥାନରେ ପାରଦ ସାମାନ୍ୟ  ବଢ଼ିପାରେ । ୩ ତାରିଖରେ ଭୁବନେଶ୍ୱର  ୧୬, ରାଉରକେଲା ୧୧ ଡିଗ୍ରୀ ରହିପାରେ । ଅନ୍ୟପଟରେ ଗତ ୨୪ ଘଣ୍ଡାରେ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ନେଇ ରେକର୍ଡ ଭାଙ୍ଗିଛି ରାଉଲକେଲା ସହର । ବର୍ଷକର ସବୁଠୁ ଥଣ୍ଡା ସହର ପାଲଟିଛି । ଯାହାର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ତଳେ ରହିଥିଲା ।

Leave A Reply

Your email address will not be published.

eleven − 1 =