ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା’ କାର୍ଡ,ଆଉ ପ୍ରେସକ୍ରିପସନ ଧରିକି ବୁଲିବେ ନାହିଁ ରୋଗୀ

ଭୁବନେଶ୍ୱର(ରାଜ୍ୟକାହାଣୀ)  ଏଣିକି ଆଉ ମାଳ ମାଳ ପ୍ରେସକ୍ରିପସନ ଧରିକି ବୁଲିବେ ନାହିଁ ରୋଗୀ । ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବଡାଟା । ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନେସନାଲ ଡିଜିଟାଲ ହେଲଥ ମିଶନ । ଏହି କାର୍ଡର ନାଁ ହେଉଛି ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ‘ଆଭା’ । ନ୍ୟାସନାଲ ହେଲଥ ଅଥରିଟି ଅଣ୍ଡରରେ ରହିବ ଏହି କାର୍ଡ । ‘ଆଭା’ କାର୍ଡ ଆକାଉଣ୍ଟ ସମସ୍ତେ ରେଜିଷ୍ଟେସନ କରିପାରିବେ । QR କୋଡ୍ ସ୍କାନ କଲେ ପୂର୍ବ ରୋଗ ସମ୍ବନ୍ଧୀୟ ସବୁ ଡାଟା ଉପଲବ୍ଧ ହେବ । ନ୍ୟାସନାଲ ଡିଜିଟାଲ ହେଲାଥ ମିଶନ ଅନୁଯାୟୀ ଏହି କାର୍ଡ ପାଇପାରିବେ ରୋଗୀ। ଏଥିନିମନ୍ତେ ଅନଲାଇନରେ ଆବେଦନ କରିବାକୁ ହେବ । ଆୟୁଷ୍ମାନ ଭାରତ କାର୍ଡ ସହ ଏହି କାର୍ଡ ବି ବଣ୍ଟନ କରାଯିବ । ତେବେ ଏହି ଗୋଟିଏ କାର୍ଡରେ ସମସ୍ତ ରୋଗର ତଥ୍ୟ ମିଳିପାରିବ ।  ତେବେ କେଉଁ ତାରିଖ ମଧ୍ୟରେ ଏହା ମିଳିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଦିଆଯାଇନଥିବା ବେଳେ ଫେବୃଆରୀ ପୂର୍ବରୁ ବଣ୍ଟନ କରାଯିବା ନେଇ ଯୋଜନା କରାଯାଇଥିବା କହିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.

nineteen + sixteen =