୨୦ରୁ ହେବ ଶ୍ରୀ ମନ୍ଦିରରେ ଧାଡ଼ି ଦର୍ଶନ

ନୂଆବର୍ଷ ଆସୁଥିବାରୁ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଆସନ୍ତା ୨୦ ତାରିଖରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ତେବେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରରୁ ଲାଗିଥିବା ଲମ୍ବା ଧାଡ଼ି କଡ଼ରେ ଫ୍ୟାନ, କୁଲର, ପିଇବା ପାଣି ଏବଂ ପାଣି ସିଞ୍ଚନ କରିବାକୁ ନିର୍ଦ୍ଦେସ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି । ଏହାସହ ଭିନ୍ନକ୍ଷମଙ୍କ ପାଇଁ ରାମ୍ପର ବ୍ୟବସ୍ଥା ହେବ । କିନ୍ତୁ ଆସନ୍ତା ୨୦ ତାରିଖ ମଧ୍ୟରେ ଧାଡ଼ି ଦର୍ଶନ ପାଇଁ ଟ୍ରାଏଲ ରନ୍ କରାଇବାକୁ ସରକାର ଚାହୁଁନାହାନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।  ଏବେ ଟ୍ରାଏଲ୍ ରନ୍ କରିବା ସମ୍ଭବ ନୁହଁ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

17 − 7 =