I am sorry, ଦୟାକରି କ୍ଷମା କରିଦିଅ’,କହିଲେ ମୁଖ୍ୟମନ୍ତ୍ରୀ 

ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେଲା ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷକୁ ନେଇ ମଣିପୁର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ଏସବୁ ଭିତରେ ୨୦୨୪ର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ। ଚଳିତ ବର୍ଷ ନୂଆ ସମ୍ଭାବନା ସହ ଶେଷ ହୋଇଛି ଓ ୨୦୨୫ରେ ରାଜ୍ୟରେ ସବୁ କିଛି ସ୍ୱାଭାବିକ ହୋଇଯିବ ବୋଲି ସେ ଆଶା ରଖିଥିବା କହିଛନ୍ତି।ମଙ୍ଗଳବାର ରାଜଧାନୀ ଇମ୍ଫାଲରେ ଥିବା ତାଙ୍କ ବାସଭବନରେ ସେ ଏହି ମନ୍ତବ୍ୟ ଦେଇ ସରକାରଙ୍କ ବିକାଶ କାର୍ଯ୍ୟ ଏବଂ ସଫଳତା ଏବଂ ଆଗାମୀ ବର୍ଷ ପାଇଁ ଯୋଜନା ବିଷୟରେ ଆଲୋକପାତ କରିଥିଲେ।ଗତବର୍ଷ ମେ’ ୩ରୁ କୁକି ଓ ମୈତେଇ ସଂପ୍ରଦାୟର ମଧ୍ୟରେ ହିଂସା ଜାରି ରହିଛି। ଏହି ହିଂସାରେ ୧୮୦ ଜଣଙ୍କ ଜୀବନ ଯାଇଥିବା ବେଳେ ଲକ୍ଷାଧିକ ଲୋକ ଘର ଦ୍ୱାର ଛାଡ଼ି ରିଲିଫ କ୍ୟାମ୍ପରେ ରହୁଛନ୍ତି।

ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ବିରେନ ସିଂ ଘୋଷଣା କରିଛନ୍ତି ଯେ, ”ବିମାନ ଯାତ୍ରା ପାଇଁ ମହଙ୍ଗା ଭଡା ସମସ୍ୟାର ସମାଧାନ ପାଇଁ ମଣିପୁର ସରକାର ସୁଲଭ ମୂଲ୍ୟରେ ଆଲାଇନ୍ସ ଏୟାର ସେବା ଆରମ୍ଭ କରିବେ। ଏହା ଅଧୀନରେ ବିମାନ ଭଡା 5000 ରୁ ଅଧିକ ହେବ ନାହିଁ। ମଣିପୁର ସରକାର ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଭଡା ଉପରେ ସବସିଡି ପ୍ରଦାନ କରିବେ। ଏହି ବିମାନ ସେବା ସପ୍ତାହରେ ଦୁଇଥର ଇମ୍ଫାଲ-ଗୁଆହାଟି, ଇମ୍ଫାଲ-କୋଲକାତା ଏବଂ ଇମ୍ଫାଲ-ଦିମାପୁର ରୁଟରେ ସେବା ଯୋଗାଇ କରିବ।”

Leave A Reply

Your email address will not be published.

9 − 1 =