ଭୁବନେଶ୍ୱର(ରାଜ୍ୟକାହାଣୀ) ବଡ଼ ବଡ଼ିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଚୂନ ଲଗାଉଥିଲେ ଏହି ଦୁଇ ଅଭିଯୁକ୍ତ । ଏମିତିକି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ରଙ୍କ ନାଁ ନେବାକୁ ବି ପଛାଇ ନଥିଲେ । ଖାଲି ସେତିକି ନୁହେଁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏମଜି ଗିରିଶ ମୁର୍ମୁଙ୍କ ଭଳି ବଡ଼ ବଡ଼ିଆଙ୍କ ସହ ନିଜ ଫଟୋ ଏଡିଟ୍ କରି ଦେଖାଉଥିଲେ । ଭୁବନେଶ୍ବରରେ ଦାମୀ ଆପାର୍ଟମେଣ୍ଟରେ ରହୁଥିଲେ, ବିଳାସପୂର୍ଣ୍ଣ ଗାଡ଼ି ଚଢୁଥିଲେ । ଏମାନଙ୍କ ଟାର୍ଗେଟରେ ଥିଲେ ବଡ଼ବଡ଼ିଆ, ଶିଳ୍ପପତି ଓ ବଡ଼ ବ୍ୟବସାୟୀ । ଆଉ ନିଜକୁ ସେମାନଙ୍କ ସମ୍ପର୍କୀୟ କହି ବିଛାଇଥିଲେ ଠକେଇର ଜାଲ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବାକୁ ଯୋଜନା କରିଛି ପୋଲିସ । ଆଜି ଦୁଇ ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପସା ଓ ଅନୀଲ ମହାନ୍ତିଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ଇନଫୋସିଟ୍ ଥାନା ପୋଲିସ I ରିମାଣ୍ଡରେ ଆଣି ପଚରାଉଚରା କରିବା ସହ ଆଉ କେଉଁ ବଡ଼ବଡ଼ିଆଙ୍କୁ ଫସାଇଛନ୍ତି ତାର ଖୋଳତାଡ଼ କରିବ ପୋଲିସ I